Mayurbhanj Bird Census: ବାରିପଦା ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷଠୁ ଚଳିତ ଅଧିକ ବିଦେଶୀ ପକ୍ଷୀ ମୟୂରଭଞ୍ଜକୁ ଆସିଛନ୍ତି। ଗତବର୍ଷଠାରୁ ଏଥର କମ୍ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡ଼ିଛି। ଗତବର୍ଷ ୧୧ ହଜାର ୯୬୫ଟି ପକ୍ଷୀ ଆସିଥିଲେ। ଚଳିତ ବର୍ଷ ୧୩ ହଜାର ୩୪୨ଟି ପକ୍ଷୀ ଆସିଛନ୍ତି। ଗତବର୍ଷ ୭୩ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତ ଥର ୫୦ ପ୍ରଜାତିର ଆସିଥିବା ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ କହିଛନ୍ତି। ଆସିଥିବା ୧୩ ହଜାର ୩୪୨ ପକ୍ଷୀ ମଧ୍ୟରୁ ବାରିପଦା ରେଞ୍ଜରେ ସର୍ବାଧିକ ୪ ହଜାର ୪୯ଟି ରହିଛନ୍ତି। ଗତବର୍ଷ ବାରିପଦା ରେଞ୍ଜକୁ ୫ହଜାର ୧୩୫ଟି ପକ୍ଷୀ ଆସିଥିଲେ। ଦେଉଳି ରେଞ୍ଜରେ ୨ ହଜାର ୩୦୦ଟି ଓ ବେତନଟୀ ରେଞ୍ଜରେ ୨ ହଜାର ୯ଟି, ଉଦଳା ରେଞ୍ଜରେ ୩ ହଜାର।


COMMERCIAL BREAK
SCROLL TO CONTINUE READING

ବର୍ଷ ହେଲେ ୨୦୦ ପକ୍ଷୀ ଆସିଛନ୍ତି। ବାକି ୩ଟି ରେଞ୍ଜରେ ୧ହଜାର ୭୮୪ଟି ପକ୍ଷୀ ଆସିଛନ୍ତି। ଜମ୍ଭୀରା ଓ ହଳଦିଆ ଡ୍ୟାମରେ ଜଳସମ୍ପଦ ବିଭାଗ ପକ୍ଷରୁ ଜଳସେଚନ ପ୍ରକଳ୍ପ କାମ ଚାଲୁ ରହିଥିବାରୁ ବିଗତ କିଛି ବର୍ଷ ହେଲା ସେଠାକୁ ବିଦେଶି ଗତ ପକ୍ଷୀ ଆସି ନଥିଲେ। ଦୁଇ ଡ୍ୟାମର କାମ ଶେଷ ହୋଇଯାଇଥିବାରୁ ଚଳିତ ବର୍ଷ ଅଧିକ ପକ୍ଷୀ ଆସିଥିବା ଶ୍ରୀ ଯୋଶୀ କହିଛନ୍ତି। ପ୍ରଜାତି ସଂଖ୍ୟା କମିଥିଲେ ବି ଅନ୍ୟ ବର୍ଷମାନଙ୍କଠାରୁ ଚଳିତ ଥର ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି ବାରିପଦା ବନଖଣ୍ଡର ବେତନଟୀ, ଉଦଳା, ଦେଉଳି, ବାଙ୍ଗିରିପୋଷି ଆଦି ୭ଟି ରେଞ୍ଜର ୪୪ ଗୋଟି ଆଦ୍ରଭୂମିରେ ଏହି ପକ୍ଷୀ ଗଣନା ହୋଇଥିଲା। ରେଞ୍ଜର, ଫରେଷ୍ଟର ଓ ପକ୍ଷୀ ଗବେଷକ ଏମିତି ୨୫୦ ଜଣ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ବାଇନାକୁଲାର ଓ ଜିପିଏସ୍ କ୍ୟାମେରା ସାହାଯ୍ୟରେ ପକ୍ଷୀଗଣନା ହୋଇଥିଲା ।