Bus Accident: ମୟୂରଭଞ୍ଜ ଜିଲ୍ଲାରେ (Mayurbhanj) ଘଟିଛି ଏକ ବଡ଼ ଦୁର୍ଘଟଣା । ସୋମବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଟ୍ରକଟି ଧକ୍କା ଦେବାରୁ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଟ୍ରକଟି ଧକ୍କା ଦେବା ଫଳରେ ବସଟି ଘାଟି ଭିତରକୁ ଓଲଟି ପଡ଼ିଥିଲା । ତେବେ ଏହି ଦୁର୍ଘଟଣା ଅନେକ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଏଥିରେ କାହାର ମୃତ୍ୟୁ ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଏକ ଘରୋଇ ଯାତ୍ରୀବାହୀ ବସଟି ପାଖାପାଖି ୪୫ ଜଣ ଯାତ୍ରୀଙ୍କୁ ଧରି ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ଭୁବନେଶ୍ବର (Bhubaneswar) ଅଭିମୁଖେ ଯାଉଥିଲା । ତେବେ ରାତି ପ୍ରାୟ ଗୋଟାଏ ବେଳକୁ ଜାମଦା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଘାଟିରେ (Godabhanga Ghati) ଏକ ଅଜଣା ଟ୍ରକ୍ ବସକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଯାତ୍ରୀବାହୀ ବସଟି ଘାଟିର ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିଥିଲା । ଫଳରେ ଏଥିରେ ଥିବା ଅନେକ ଯାତ୍ରୀ ଗୁରୁତର ଆହତ (severely injured) ହୋଇଛନ୍ତି । ତେବେ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇଛି କି ନାହିଁ, ସେନେଇ କୌଣସି ସୂଚନା ମିଳିପାରି ନାହିଁ । ଖବର ପାଇ ଆନନ୍ଦପୁର ପୋଲିସ (Anandapur police) ଘଟଣାସ୍ଥଳରେ ପହଁଞ୍ଚିଛି । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଓ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାକୁ ପଠାଯାଇଛି ।


COMMERCIAL BREAK
SCROLL TO CONTINUE READING

ପ୍ରକାଶ ଥାଉ କି, ନିକଟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିଲା ଏକ ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା (Ganjam Bus Accident) । ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ (Bus Accident) ଏକାଧିକ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା ।  ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଥିଲେ । ମୃତକ ମାନେ ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଓ ସିଙ୍ଗିପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି। ତେବେ, ସବୁଠୁ ବଡ କଥା ହେଉଛି ଯେ, ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ରହିଥିଲେ।


ଏହା ବି ପଢନ୍ତୁ-Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଆଜି ଷ୍ଟେସନ ମାଷ୍ଟରଙ୍କୁ ଘାଣ୍ଟିବ CBI


ଏହା ବି ପଢନ୍ତୁ-Road Accident: ଅଟୋ ଉପରେ ଚଢିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୨ ମୃତ


ସେହିପରି ନିକଟରେ ମହାରାଷ୍ଟ୍ରରେ ମଧ୍ଯ ଘଟିଥିଲା ଏକ ଛାତିଥରା ବସ ଦୁର୍ଘଟଣା (Mumbai-Goa highway accident) । ଏହି ଭୟଙ୍କର ଦୁର୍ଘଟଣାରେ (Accident) ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ପ୍ରାୟ ୨୫ ଜଣ ଯାତ୍ରୀ । ବିଳମ୍ବିତ ରାତିରେ ଯାତ୍ରୀବାହୀ ବସଟି ୟବତମାଲରୁ ପୁଣେ ଅଭିମୁଖେ ଯାଉଥିଲା । ଏହି ସମୟର ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାର ପମ୍ପଲଖୁଟା ଗାଁ ପାଖ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ ୱେର ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । ସୂଚନା ଅନୁଯାୟୀ, ବସଟି ପ୍ରଥମେ ଏକ ଖମ୍ବରେ ପିଟି ହେବା ପରେ ଡ଼ିଭାଇଡ଼ର ଉପରେ ଚଢି ଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହାପରେ ବସରେ ନିଆଁ ଲାଗିଯାଇଥିଲା । ଏଥିରେ ୩୨ ଜଣ ଯାତ୍ରୀ ଥିବାବେଳେ ସେଥିରୁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲା । ଅନ୍ୟ ୭ ଜଣ ଯାତ୍ରୀ ବସର ଝରକା ଭାଙ୍ଗି ବାହାରକୁ ବାହାରି ଯିବା ଫଳରେ ଏହି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।