ଭୁବନେଶ୍ୱର: ୩ ଜାନୁଆରୀ ୨୦୨୫ ତାରିଖରେ ଓଡ଼ିଶା ଦୃଷ୍ଟିହୀନ ସଂଘ ଦ୍ୱାରା ଖାରବେଳ ନଗରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ସମସ୍ତ ଦୃଷ୍ଟିହୀନ ଛାତ୍ର ଏବଂ ସମସ୍ତ ଜିଲ୍ଲା ଦୃଷ୍ଟିହୀନ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଭେଷଜ ଡାକ୍ତର, ଅସ୍ତ୍ରୋପଚାର, ଶିଶୁ ଏବଂ ଦନ୍ତ ବିଭାଗର ଡାକ୍ତର ଏହି ଶିବିରରେ ଜଡିତ ଥିଲେ। ରକ୍ତଦାନ ଶିବିର, ପ୍ରଥମ ସହାୟତା ପାଥୋଲାବ ସୁବିଧା ସହିତ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୧୫୦୦ ଲୋକ ଏକତ୍ରିତ ହୋଇଥିଲେ ।


COMMERCIAL BREAK
SCROLL TO CONTINUE READING

ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଛାତ୍ର ଯୁବନେତା ଅର୍ପିତ ପଟେଲ, ଡାକ୍ତର ସୁବାଷ ଚନ୍ଦ୍ର ନାୟକ, ଆଇ.ଡି.ଏ ସେକ୍ରେଟାରୀ ଓଡ଼ିଶା, ୱାନ୍ ଇନ୍ ଅଲ୍ ର ପ୍ରତିଷ୍ଠାତା ସେଖ୍ ଅମିର ମହମ୍ମଦ, ସାଧାରଣ ସଚିବ ଓଡ଼ିଶା, ଓଏବି ସଭାପତି ମହେଶ୍ୱର ରାଉତ, ପ୍ରସନ୍ନ କୁମାର ଦାସ, ସାଧାରଣ ସମ୍ପାଦକ ଓଏବି ଏବଂ ଓଏସ ସନ୍ୟାସୀ କୁମାର ବେହେରା ପ୍ରମୁଖ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ । କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ ତଥା କର୍ମକର୍ତ୍ତାଙ୍କ ସହଯୋଗ ଯୋଗୁଁ ଏତେ ବଡ଼ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ଭବ ହୋଇପାରିଥିଲା ।


Also Read- ରାଜ୍ୟ ସରକାରଙ୍କୁ ୨ ବର୍ଷର ଲାଭାଂଶ ଟଙ୍କା ଦେଲା ରାଜ୍ୟ ପଣ୍ୟାଗାର ନିଗମ


Also Read- ୬୦ ହଜାରରୁ ଅଧିକ ରାସନ କାର୍ଡ ହେବ ବାତିଲ୍ ! ଜାଣନ୍ତୁ କଲେକ୍ଟରଙ୍କ ନିର୍ଦ୍ଦେଶ