Odisha News: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ।  ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶରୀର ଗାଁକୁ ଆଣିବାକୁ ସରକାରଙ୍କୁ ଗୁହାରୀ କରୁଛନ୍ତି ପରିବାର ସହ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମଝିକିରିମ୍ବା ଗାଁରେ।  ମୃତ ଦାଦନ ହେଲେ ଗଙ୍ଗା ମଳିକ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଗାଁରେ କାମ ନ ମିଳିବା ଯୋଗୁଁ ଚଳିତ ମାସ ୮ ତାରିଖରେ ଦାଦନ ଖଟିବାକୁ ଗୋଆ ଯାଇଥିଲେ ଗଙ୍ଗା ମଳିକ। ପରିବାରରେ ସ୍ତ୍ରୀ ସହ ଚାରୋଟି ଛୁଆ ଘରେ ରହୁଥିବା ବେଳେ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇ ପଡ଼ିଥିଲା। ଯାହା ଫଳରେ ସେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡ଼ିଲା ଗଙ୍ଗା ମଳିକଙ୍କୁ। ହେଲେ ଗୋଆ ଯିବା ରାସ୍ତାରେ ହିଁ ମାନସିକ ବିକୃତ ଆରମ୍ଭ ହୋଇଯାଇଥିଲେ ଗଙ୍ଗା ମଳିକଙ୍କ। ଯାହା ଫଳରେ ମାନସିକ ଭାରସାମ୍ୟ ହରାଇ ଥିବା  ନେଇ ଘର ଲୋକଙ୍କୁ ଖବର ଦେଇଥିଲେ ସାଥିରେ ଯାଇଥିବା କିଛି ଗ୍ରାମବାସୀ । ଗୋଆରେ ପହଞ୍ଚିବା ପରେ ସେଠାରୁ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ । 


ସାଥିରେ ଯାଇଥିବା ଗ୍ରାମବାସୀ ବହୁ ଖୋଜା ଖୋଜି ପରେ ଭାସ୍କୋ ଥାନା ଏତଲା ଦେଇଥିଲେ। ଏ-ତଲା ଦେବାର ଦୁଇଦିନ ପରେ ଏକ ପରିତ୍ୟକ୍ତ କୁଅରୁ ଗଙ୍ଗାଙ୍କ ମୃତଦେହ ଉଦ୍ଧାର କରିଥିଲା ଗୋଆ ପୋଲିସ୍ । ହେଲେ ଗଙ୍ଗାଙ୍କ କିଭଳି ମୃତ୍ୟୁ ହେଲା ପୋଲିସର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ପରିବାର ଲୋକେ ସରକାରଙ୍କ ସାହାର୍ଯ୍ୟରେ ମୃତଦେହକୁ ଘରକୁ ଆଣିବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ଜିଲ୍ଲା ଜିଲ୍ଲା ଶ୍ରମିକ ଅଧିକାରୀ କହିଛନ୍ତି, ପରିବାର ବର୍ଗ ତାଙ୍କୁ ଟଙ୍କା ଖର୍ଚ୍ଚ କରି ଗୋଆରୁ ଘରକୁ ନେଇ ଆସିବା ପରେ ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ କରିବ।