ଭୁବନେଶ୍ଵର: ରାଜ୍ୟରେ ଆଳୁ ଦର ସଙ୍କଟ ଲାଗି ରହିଛି। ଆଳୁ ମୂଲ୍ୟ ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଛି। ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆଜି ଖୋଦ୍ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଟ୍ରେନରେ ପାଖାପାଖି ୪୮ହଜାର କ୍ବିଣ୍ଟାଲ ଆଳୁ ଆସିବ। ଯାହା ୫ଦିନ ଭିତରେ ୨ଟି ଆଳୁ ଟ୍ରେନ ଓଡ଼ିଶାରେ ପହଞ୍ଚିବ। ସମ୍ବଲପୁରରେ ଆଳୁ ଦର ୨୬ଟଙ୍କା ରହିଥିବା ବେଳେ ରାଜଧାନୀରେ ୩୦/୩୫ ରହିଛି। 


ସେହିପରି ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆଗାମୀ ୩ଦିନ ମଧ୍ୟରେ ଶେଷ ହୋଇଯିବ। ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଗତକାଲି ସୂଚନା ଦେଇଥିଲେ। 


ତେବେ ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି। ଆଜି ସମସ୍ୟାର ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ। ଫଳରେ ରାଜ୍ୟରେ ପୁଣି ଆଳୁର ଅଭାବ ଦେଖାଦେଇପାରେ ବୋଲି ଶ୍ରୀ ପଣ୍ଡା କହିଥିଲେ।