ଭୁବନେଶ୍ଵର: ରିଲିଫ ସେଣ୍ଟରରେ ମହିଳା ପୁଲିସ ମୁତୟନ ହୋଇଛନ୍ତି। ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ, ବାତ୍ୟା ଭିତରକନିକା ପାର୍ଶ୍ବ ଦେଇ ସାମାନ୍ୟ ରିକର୍ଭ କରିପାରେ। ଯେଉଁ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍‌ ହୋଇନି ଏପରି ଆକଳନ ଆସିବ। ଆଗାମୀ ୪୮ ଘଣ୍ଟା ଆମକୁ ବହୁତ କଷ୍ଟ କରିବାକୁ ପଡ଼ିବ। ଏପରି ଅନେକ ବାତ୍ୟା ଆସିଛି, ଯାହାକୁ ସଫଳତା ସହ ଓଡ଼ିଶା ସାମ୍ନା କରିଛି। ଭୟଭିତ ହୁଅନ୍ତୁ ନାହିଁ। ରିଲିଫ ସେଣ୍ଟରକୁ ପଳାଇ ଆସନ୍ତୁ। ଲମ୍ବା ସମୟ ଯାଏଁ ରିଲିଫ ସେଣ୍ଟରରେ ରହିବାକୁ ପଡ଼ିବ ନାହିଁ। ଆଗାମୀ ୪୮ଘଣ୍ଟା ଆମକୁ ବହୁତ କଷ୍ଟ କରିବାକୁ ପଡ଼ିବ। ପ୍ରଶାସନ, ପୁଲିସ ଓ ସ୍ଥାନୀୟ ପ୍ରତିନିଧି ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ଏପରି ଅନେକ ବାତ୍ୟା ଆସିଛି, ଯାହାକୁ ସଫଳତା ସହ ଓଡ଼ିଶା ସାମ୍ନା କରିଛି। ତେବେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିବ। ୧୦ ଲକ୍ଷରୁ କମ ଲୋକ ସ୍ଥାନାନ୍ତର ହେବେ। ସେହିପରି ରିଲିଫ ଓ ରେସକ୍ୟୁ ଯୋଦ୍ଧାମାନେ ଚମତ୍କାର ପ୍ରସ୍ତୁତି କରିଥିବା ବେଳେ ୧୯ଟି NDRF ଟିମ୍, ୫୧ଟି ଓଡ୍ରାଫ ଟିମ ଓ ୧୭୮ଟି ଅଗ୍ନିଶମ ଟିମ ମୁତୟନ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। 


ଅନ୍ୟପଟେ ଭୀଷଣ ବାତ୍ୟାର ରୂପ ନେଇଛି ଦାନା। ପାଣିପାଗ ବିଭାଗ ସୂଚନା ମୁତାବକ ବାତ୍ୟା ଦାନା ଆଜି ରାତିରେ ଧାମରା ନିକଟରେ ସ୍ଥଳଭାଗ ଛୁଇଁବ। ଧାମରାଠାରୁ ୨୯୦ କିମି ଦୂରରେ ରହିଛି ବାତ୍ୟା। ବାତ୍ୟାର ବାହ୍ୟ ପରିଧି ଧାମରା ଉପକୂଳ ଛୁଇଁ ସାରିଥିବାରୁ ବୁଧବାର ଅପରାହ୍ନରୁ ବର୍ଷା ପବନ ଆରମ୍ଭ ହୋଇଛି। ଗୁରବାର ସକାଳୁ ମଧ୍ୟ ଝିପିଝିପି ବର୍ଷା ସାଙ୍ଗକୁ ପବନ ଚାଲିଛି। ପ୍ରଶାସନ ପକ୍ଷରୁ ଜିଲାର ୧୦୫ ବାତ୍ୟା ଆଶ୍ରୟ ସ୍ଥଳୀ ସହ ୫ ଶହରୁ ଉର୍ଦ୍ଧ୍ୱ ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖାଯାଇଛି। ଆଶ୍ରୟସ୍ଥଳରେ ଚୁଡା ଗୁଡ଼, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଓ ପାନୀୟ ଜଳ, ଔଷଧ ମହଜୁଦ ରଖାଯାଇଛି। ଗୁରୁବାର ଠାରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସୂଚନା ଦେଇଛନ୍ତି। ସମୁଦ୍ର ଓ ନଦୀ କୂଳ ଅଞ୍ଚଳବାସୀ ଘର ଛାଡି ଆଶ୍ରୟସ୍ଥଳକୁ ପଲାଇ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ ସହ ଉଦ୍ୟମ ଜାରି ରହିଛି। ବୁଧବାର ରାତିରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ସକାଳୁ ଲୋକଙ୍କୁ ବୁଝାସୁଝା କରି ସ୍ଥାନାନ୍ତର କରାଯାଉଛି।