Advertisement
Article Detail0/zeeodisha/odisha2486064
Zee OdishaOdisha Stateଡାକ୍ତରଖାନା ଯିବା ବାଟରେ ଟ୍ରକ୍‌ ଧକ୍କାରେ ରୋଗୀ ମୃତ

ଡାକ୍ତରଖାନା ଯିବା ବାଟରେ ଟ୍ରକ୍‌ ଧକ୍କାରେ ରୋଗୀ ମୃତ

Road accident: ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ‌ନିରଞ୍ଜନ ଡାକ୍ତର ଦେଖାଇଥାନ୍ତେ। ହେଲେ ଜିରିଡ଼ାମାଳି ବାଇପାସ୍‌ ନିକଟରେ ଭ୍ୟାନ୍‌ଟି ଜାତୀୟ ରାଜପଥକୁ ବାହାରିଲା ବେଳକୁ ଭୁବନ ପଟୁ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା। ଗାଡ଼ିରେ ଥିବା ନିରଞ୍ଜନଙ୍କ ସମେତ ଅନ୍ୟମାନେ ଗୁରୁତର ହୋଇଥିଲେ।

ଡାକ୍ତରଖାନା ଯିବା ବାଟରେ ଟ୍ରକ୍‌ ଧକ୍କାରେ ରୋଗୀ ମୃତ

କାମାକ୍ଷାନଗର: କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ଜିରିଡ଼ାମାଳି ବାଇପାସ୍‌ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଡାକ୍ତରଖାନା ଯାଉଥିବା ବେଳେ ଟ୍ରକ୍‌ ଧକ୍କାରେ ରୋଗୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ଜଣ ଗୁରୁତର ‌ହୋଇଛନ୍ତି। 

କଙ୍କଡ଼ାହାଡ଼ ଥାନା କଲଦା ଗ୍ରାମ ମୁଣ୍ଡାସାହିର ନିରଞ୍ଜନ ପଧାନ (୫୫)ଙ୍କ ଶରୀର ଅସୁସ୍ଥ ଥିଲା। ସେ ଆଜି ସକାଳେ ଏକ ମାରୁତି ଇକୋ ଭ୍ୟାନ୍‌ରେ ପତ୍ନୀ କାମିନୀ(୪୮), ପୁଅ ପୂର୍ଣ୍ଣଚନ୍ଦ୍ର (୩୦) ଓ ସିଦ୍ଧାନ୍ତ (୨୭)ଙ୍କ ସହ ଡାକ୍ତରଖାନାକୁ ବାହାରିଥିଲେ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ‌ନିରଞ୍ଜନ ଡାକ୍ତର ଦେଖାଇଥାନ୍ତେ। ହେଲେ ଜିରିଡ଼ାମାଳି ବାଇପାସ୍‌ ନିକଟରେ ଭ୍ୟାନ୍‌ଟି ଜାତୀୟ ରାଜପଥକୁ ବାହାରିଲା ବେଳକୁ ଭୁବନ ପଟୁ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା। ଗାଡ଼ିରେ ଥିବା ନିରଞ୍ଜନଙ୍କ ସମେତ ଅନ୍ୟମାନେ ଗୁରୁତର ହୋଇଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟମାନଙ୍କୁ ଗୁରୁତର ‌ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  

Add Zee News as a Preferred Source
About the Author