ବିଧାୟକଙ୍କୁ ଆକ୍ରମଣ ଘଟଣା; ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ
Ml attack case: ଗତ ୨୦ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ବୁଢ଼ାଘାଟଠାରେ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଯାଜପୁର ସହରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୧ ତାରିଖରେ ମା’ ବିରଜା ହାଟ ପୁନଃ ଅବସ୍ଥାନକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ସିଂହପୁର-ଯାଜପୁର ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ କିଛି ଲୋକେ। ଏହି ଘଟଣାରେ ଯାଜପୁର ସଦର ଥାନା ପୁଲିସ ଓ ଯାଜପୁର ଟାଉନ ପୁଲିସ ୧୭ଟି ମାମଲା ରୁଜୁ କରି ୧୯ ଜଣଙ୍କୁ ଗିରଫ କରିଛି।
କଟକ: ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲା। ଜିଲ୍ଲା ଦୌରାଜଜ୍ ୧୦ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖିଛନ୍ତି ଏବଂ ଇନଜୁରି ଏବଂ ସିଡି ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। ସେପଟେ ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଯାଜପୁର ଟାଉନ ଥାନାରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବାପରେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ପହଞ୍ଚିଛନ୍ତି ଟିମ୍। ବିଧାୟକଙ୍କୁ ଆକ୍ରମଣରେ ଗିରଫ ହୋଇଥିବା ୧୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହା ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତ ୨୦ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ବୁଢ଼ାଘାଟଠାରେ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଯାଜପୁର ସହରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୧ ତାରିଖରେ ମା’ ବିରଜା ହାଟ ପୁନଃ ଅବସ୍ଥାନକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ସିଂହପୁର-ଯାଜପୁର ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ କିଛି ଲୋକେ। ଏହି ଘଟଣାରେ ଯାଜପୁର ସଦର ଥାନା ପୁଲିସ ଓ ଯାଜପୁର ଟାଉନ ପୁଲିସ ୧୭ଟି ମାମଲା ରୁଜୁ କରି ୧୯ ଜଣଙ୍କୁ ଗିରଫ କରିଛି।