ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବର୍ତମାନ ତାହା ଚିନ୍ତାର ବିଷୟ ପାଲଟିଛି। ଏହାକୁ ରୋକିବା ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଅନେକ ସମୟରେ ମାଙ୍କଡ ମାନଙ୍କ ଦ୍ବାରା ଅନେକ ଲୋକ ଆଘାତ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିବା ପରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର। ମାଙ୍କଡ଼ ଉପଦ୍ରବ କମାଇବା ପାଇଁ ମଙ୍କି ସ୍କ୍ୱାର୍ଡ ଗଠନ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର। 


COMMERCIAL BREAK
SCROLL TO CONTINUE READING

ରାଜ୍ୟର ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନରେ ମାଙ୍କଡ ଘଉଡ଼ା ଇବାକୁ ଯନ୍ତା ଓ ଜାଲର ବ୍ୟବହାର କରାଯାଉଥିବା ବେଳେ, ମାଙ୍କଡ ଉତ୍ପାତ କରୁଥିବା ଅଞ୍ଚଳରେ ‘ଅଲଟ୍ରାସୋନିକ୍ ମଙ୍କି ରିପେଲର ମେସିନ’ ସାହାଯ୍ୟରେ ଏକ ଟିମ୍ ମାଙ୍କଡ଼ ଘଉଡ଼ାଇବାରେ ସାହାଯ୍ୟ କରୁଛି। ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ମାଙ୍କଡ଼ ମାନଙ୍କୁ ନିଶ୍ଚେତକ ଦେଇ ଜଙ୍ଗଲରେ ଛଡା ଯାଉଥିବା ନେଇ ସୂଚନା ଦେଇଛନ୍ତି ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ଯେଉଁ ଅଞ୍ଚଳରେ ମାଙ୍କଡ଼ ଉତ୍ପାତ ଦେଖାଯାଉଛି ସେହି ସ୍ଥାନ ମାନଙ୍କରେ ଏହି ସ୍କ୍ୱାର୍ଡ ମୁତୟନ କରାଯିବ।