Anubhav Mohanty: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି (Anubhav Mohanty) ଓ ବର୍ଷା ପ୍ରିୟଦର୍ଶିନୀଙ୍କ  (Varsha Priyadarshini) ପାରିବାରିକ ବିବାଦ ବର୍ତ୍ତମାନ (Anubhav Mohanty & Varsha Priyadarshini Family Dispute) ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲା ବର୍ତ୍ତମାନ କଟକ ଫ୍ୟାମିଲି କୋର୍ଟରେ (Cuttack Family Court) ବିଚାରଧିନ ରହିଛି । କିନ୍ତୁ ଏହାରି ଭିତରେ ସାଂସଦ (mp Anubhav Mohanty) ନିଜ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷାଙ୍କ ପାଇଁ ଅନେକ ସମୟରେ କିଛିନା କିଛି ସୋସିସିଆଲ ମିଡିଆ (ଟ୍ବିଟର)ରେ କିଛି ପୋଷ୍ଟ କରିଥାଆନ୍ତି ।


COMMERCIAL BREAK
SCROLL TO CONTINUE READING


Also Read:  Metro Project: ଖୁବଶିଘ୍ର ଭୁବନେଶ୍ବରରେ ଗଡି଼ବ ମେଟ୍ରୋ, ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବା?


Also Read:  Anubhav Mohanty: ସୋସିଆଲ ମିଡିଆରେ ଅନୁଭବ ସେୟାର କଲେ ଏଭଳି ଫଟୋ, ଲେଖିଲେ...


ଏହାରି ଭିତରେ ଆଜି ମଧ୍ୟ ସାଂସଦ ନିଜ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ (Varsha Priyadarshini) ପାଇଁ ଟ୍ବିଟରରେ ଏକ ପୋଷ୍ଟ କରିଛନ୍ତି ।  ପୋଷ୍ଟରେ ସାଂସଦ ଝିଅ ବିଦା ବେଳର ଏକ ଫଟୋ ସେୟାର କରି ବର୍ଷାଙ୍କୁ ଟ୍ବଗ୍ କରିଛନ୍ତି । ଆଉ ଲେଖିଛନ୍ତି,'  ମୁଁ ତୁମକୁ ମୋ ହୃଦୟରୁ ବହୁତ ଭଲପାଏ। କିନ୍ତୁ ମୁଁ ଜାଣିନି କାହିଁକି ଆମ ବିବାହ ସଫଳ ହେଲାନି,କିନ୍ତୁ ବିବାହ ବିଚ୍ଛେଦ ପରେ ଆମେ ଭଲ ବନ୍ଧୁ ହୋଇ ରହିପାରିବା ।  ଆମ ବିବାହ ବିଚ୍ଛେଦ ହେବା ତ ସୁନିଶ୍ଚିତ କିନ୍ତୁ ତାହା ସମ୍ମାନର ସହ ହେଉ ବୋଲି ମୁଁ ଚାହୁଁଛି'। ତେବେ, ସାଂସଦଙ୍କ ଏହି ପୋଷ୍ଟ ବର୍ତ୍ତମାନ ବେଶ୍ ଭାଇରାଲ୍ ହେବାରେ ଲାଗିଛି। କିନ୍ତୁ ଏହି ପୋଷ୍ଟକୁ ନେଇ ବର୍ଷା କୌଣସି ପ୍ରକାର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଦେଇ ନାହାଁନ୍ତି । 


ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଚଳିତ ମାସ ୫ ତାରିଖରେ କଟକ ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କରିଛନ୍ତି ଅନୁଭବ । ବର୍ଷାଙ୍କ  ପକ୍ଷରୁ ଦାୟର ହୋଇଥିବା ଘରୋଇ ହିଂସା ମାମଲାର ଶୁଣାଣି ଶୀଘ୍ର ସାରିବାକୁ ଆବେଦନ କରିଛନ୍ତି ଅନୁଭବ। ତେବେ, ଏହି ମାମଲାର ଶୁଣାଣୀ ଆସନ୍ତା ୧୧ ତାରିଖରେ ହେବ ବୋଲି ସୂଚନା ମିଳିଛି ।  ସୂଚନାଯୋଗ୍ୟ , ବର୍ଷା ଓ ଅନୁଭବ ୨୦୧୪ ମସିହାର ହିନ୍ଦୁ ରିତିନୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ସବୁ କିଛି ଠିକଠାକ୍ ଚାଲିଥିଲା। କିନ୍ତୁ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ୨୦୨୦ ମସିହାରେ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ । ପରେ ଏହି ମାମଲା କଟକର ସ୍ୱତନ୍ତ୍ର ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା।