Crime News: (ନିରଜ ଶତପଥୀ)କୋରାପୁଟ ଜିଲ୍ଲା ଟିକରପଡ଼ା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ନିଜ ଘରକୁ ଆସିଥିବା ସମ୍ପର୍କୀୟ ଅତିଥିଙ୍କୁ ଗଳା କାଟି ହତ୍ୟା। ଘଟଣାରୁ ଜଣା ପଡ଼ିଛି ଯେ, ଟିକରପଡ଼ାରେ ରହୁଥିବା ସଦା ବଡନାୟକଙ୍କ ଘରକୁ କଡ୍ରି ଗ୍ରାମର ସମ୍ପର୍କୀୟ ରାମ କ୍ରିଶାନି ଆସିଥିବାବେଳେ ସଦାଙ୍କ ଘର ବାହାରେ ରାମ କ୍ରିଶାନୀ ଏବଂ ପୁତୁରା ଶୁକୁ ବଡ଼ ନାୟକ ବସିଥିଲେ। ସେଠାରେ ସଦା ବଡ ନାୟକ ବି ବସିଥିଲେ। ହଠାତ୍ ସଦା ଏକ ଛୁରୀ ଆଣି ରାମ କ୍ରିଶାନୀଙ୍କ ବେକ କାଟି ଦେଇଥିଲେ। ନିକଟରେ ବସିଥିବା ପୁତୁରା କିଛି ଭାବିବା ଆଗରୁ ତାର ମଧ୍ୟ ବେକ କାଟି ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ଘଟଣା ସ୍ଥଳରେ ରାମ କ୍ରିଶାନିଙ୍କ ମୃତ୍ୟୁ ହୋଇଥିବା ବେଳେ, ପୁତୁରା ଶୁକୁଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଛି। ଦୁଇ ଜଣଙ୍କ ବେକ କାଟିବା ପରେ ନିଜେ ଆତ୍ମ ହତ୍ୟା ପାଇଁ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକେ ସଦାକୁ ଧରି ଗୋଟିଏ ଗଛରେ ବାନ୍ଧି ଦେଇଥିଲେ। ନନ୍ଦପୁର ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। 


ତେବେ ସଦା ବଡ ନାୟକ କାହିଁକି ସେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା କାରଣ ଏବେ ବି ଅସ୍ପଷ୍ଟ ରହିଛି। ସଦା କଣ ମାନସିକ ବିକାର ଥିଲା ନା କିଛି ପୂର୍ବ ଶତ୍ରୁତା ରହିଥିଲା? ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରହିଛି।