ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ୧୧ ପ୍ରଜାତିର ୨୬ ନୂଆ ଅତିଥି ଆସିଛନ୍ତି । ସୋମବାର ସନ୍ଧ୍ୟାରେ ହାଇଦ୍ରାବାଦସ୍ଥିତ ନେହରୁ ପ୍ରାଣୀଉଦ୍ୟାନରୁ ୧୭ଜଣିଆ ଟିମ୍‌ ହଳେ ସାରସ ପକ୍ଷୀ, ହଳେ ଚାମୁଚ ଥଣ୍ଟିଆ, ହଳେ ଧୂସର ରଙ୍ଗର ଜଙ୍ଗଲୀ କୁକୁଡ଼ା, ଦୁଇଟି ମାଈ ଆମେରିକା ଏଣ୍ଡୁଅ, ଦୁଇହଳ ବାବାରୀ କପୋତ, ଦୁଇହଳ କୁଜି ହରିଣ, ହଳେ ଗୁରାଣ୍ଡି, ହଳେ ବାଲି ବୋଡା, ହଳେ ନାଲି ବୋଡା, ଦୁଇଟି ଅଣ୍ଡିରା ବନେଟ ମାକାକ୍ୟୁ, ହଳେ ଚନ୍ଦନ ବୋଡା ଆସିଛନ୍ତି। ପ୍ରତିବଦଳରେ ନନ୍ଦନକାନନରୁ ୫ପ୍ରଜାତିର ୧୩ଜନ୍ତୁ ପଠାଯିବ। 


COMMERCIAL BREAK
SCROLL TO CONTINUE READING

ଆଜି ପ୍ରତିବଦଳରେ ସିଆମିଜ କୁମ୍ଭୀର (୧ଅଣ୍ଡିରା ଓ ୨ମାଈ ), ୨ଟି ସୁନେଲି କୁକୁଟ, ୨ଟି ଲେଡି ଆମସେଟ୍‌ କୁକୁଟ, ୨ଟି କୁଜି ହରିଣ, ୨ଟି ଗୁରାଣ୍ଡିଙ୍କୁ ସାଥୀରେ ଧରି ପ୍ରତ୍ୟାବର୍ତ୍ତନ କରିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ ନାରାୟଣ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ହାଇଦ୍ରାବାଦରୁ ୨ଟି ମାଈ ବନେଟ୍‌ ମାଙ୍କଡ଼ ଆସିବାକୁ ଅଛି। ପ୍ରତିବଦଳରେ ନନ୍ଦନକାନନରୁ ୪ଟି ଲମ୍ବା ଥଣ୍ଟିଆ ବଗ ଓ ୪ଟି ଆସାମୀଜ ମାଙ୍କଡ଼ ଦିଆଯିବ। ଆଜି ଆସିଥିବା ଜୀବଙ୍କ ମଧ୍ୟରେ ଧୂସର ଜଙ୍ଗଲୀ କୁକୁଡ଼ା ନନ୍ଦନକାନନର ନୂଆ ପ୍ରଜାତି। ନନ୍ଦନକାନନରୁ ସମବଂଶୀ ରକ୍ତଜକୁ ରୋକି ବଂଶ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅନ୍ୟ ପ୍ରାଣୀମାନଙ୍କୁ ଅଣାଯାଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।