Sambalpur News: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଜଙ୍ଗଲ ଭିତରେ ପରିତ୍ୟକ୍ତ ନଳକୂଅ ଭିତରୁ ଉଦ୍ଧାର କରାଯାଇଥିବା ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ। ଶିଶୁକନ୍ୟାର ଫୁସଫୁସରେ ସଂକ୍ରମଣ ହୋଇଛି। ଏଥିସଗିତ ଶିଶୁକନ୍ୟାର ଶରୀରର କେତେକ ସ୍ଥାନରେ ଆଘାତ ଲାଗିଛି। ସମ୍ଭବତଃ ନଳକୂଅ ଭିତରକୁ ଫିଙ୍ଗିବା ସମୟରେ ଲୁହା ପାଇପରେ ବାଡ଼େଇ ହୋଇ ଆଘାତ ଲାଗିଛି। ତଥାପି, ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ଯତ୍ନ ନିଆଯାଉଛି ବୋଲି ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ଉଦ୍ଧାର ପରେ ଶିଶୁକନ୍ୟାକୁ ରାତିରେ ଭିମସାର୍ (Sambalpur VIIMSAR) ନବଜାତ ଶିଶୁ ଯତ୍ନ ୟୁନିଟରେ ରଖି ଚିକିତ୍ସା କରାଯାଉଛି। ଏପଟେ ଘଟଣା ନେଇ ପୋଲିସ ତନାଘନା ଆରମ୍ଭ କରିଛି। ରେଙ୍ଗାଲି ପୋଲିସ ନିଜ ଆଡୁ ଧାରା ୩୦୭ରେ ଏକ ମାମଲା ୨୪୭ ବାଏ ୨୦୨୩ ରୁଜୁ କରିଛି। ଆଜି ଥାନାଧିକାରୀ ସୁଦର୍ଶନ ପଣ୍ଡା ଓ ଏସଆଇ ଯଶୋବନ୍ତ ସାଲିମା ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲ ଭିତରେ ବୁଲି ଅନୁସନ୍ଧାନ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି। ଶ୍ରୀରାମ ବୁଢା ଜଙ୍ଗଲ ପାଖରେ ଥିବା ଏକ ଇଟାଭାଟିକୁ ଯାଇ ସେଠାକାର ଶ୍ରମିକ ମାନଙ୍କୁ ଘଟଣା ବାବଦରେ ପଚାରଥିଲେ। 


ହେଲେ ଶିଶୁକନ୍ୟାକୁ କିଏ ଫିଙ୍ଗିଥିଲା, ଏପର୍ଯ୍ୟନ୍ତ ସେ ସମ୍ପର୍କରେ ପୋଲିସ(Sambalpur Police) ସୂଚନା ପାଇପାରି ନାହିଁ। ଅପରପକ୍ଷରେ ଖନନ କରାଯାଇଥିଲା ଗାତ ପୋତାଯାଇଛି। ଏଥି ସହିତ ସେହି ପରିତ୍ୟକ୍ତ ନଳକୂଅରେ ଏକ ବଡ଼ ଗଥ ଗଣ୍ଡି ତାହାକୁ ବନ୍ଦ କରିଦିଆଯାଇଛି। 


ଉଲ୍ଲେଖ ଯୋଗ୍ୟଯେ, ମଙ୍ଗଳବାର ଜଣେ ନବଜାତ ଶିଶୁକନ୍ୟାକୁ(New Born Baby Girl)  ହତ୍ୟା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଗଭୀର ନଳକୂପ ଭିତରକୁ ଫିଙ୍ଗିଦେଇ ଚାଲିଯାଇଥିଲା। ନଳକୂପ ଭିତରେ ଫିଙ୍ଗିଲେ ଶାସରୁଦ୍ଧ ହୋଇ ଶିଶୁଟି ମରିଯିବା ସହ ଘଟଣା ବିଷୟରେ କାହାକୁ ଜଣା ନପଡ଼ିବ ସେଭଳି ଉଦ୍ଦେଶ୍ୟ ନେଇ ଏହି କାଣ୍ଡଟି ଭିଆଯାଇଥିଲା । କେବଳ ସେତିକି ନୁହେଁ, ନଳକୂପର ମୁହଁରେ ଏକ ପଥର ମଧ୍ୟ ରଖାଯାଇଥିଲା। ତେବେ ଜଣେ ଛେଳି ଚରାଳି ଶିଶୁର କାନ୍ଦ ଶୁଣିବା ପରେ ଖବରଟି ପ୍ରଘଟ ହୋଇଥିଲା। ପୋଲିସ ସହ ପ୍ରଶାସନ ଖବର ଜାଣିବା ପରେ ଏକାଠି ହୋଇ ଏହି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ଶେଷରେ ବାହାରିଥିଲା ଶିଶୁକନ୍ୟାଟି । 


Also Read: AC Tunnel in Puri: ଏହି ଦିନଠାରୁ ଏସି ଟନେଲ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ


Also Read: Khordha news: ଖୋର୍ଦ୍ଧାର ଏହି ଗାଁର ବିଭିନ୍ନ ସ୍ଥାନରେ ମରି ପଡ଼ିଛନ୍ତି କାଉ, ଏବେ ଚିନ୍ତାରେ ଗାଁ ଲୋକେ..