Odisha RI Exam 2024: ଅନ୍‍ଲାଇନ ପରୀକ୍ଷାକୁ ବିରୋଧ, ଆର୍‍ଆଇ ପରୀକ୍ଷାକୁ ଅଫଲାଇନରେ କରିବା ପାଇଁ ଦାବି
Advertisement
Article Detail0/zeeodisha/odisha2457273

Odisha RI Exam 2024: ଅନ୍‍ଲାଇନ ପରୀକ୍ଷାକୁ ବିରୋଧ, ଆର୍‍ଆଇ ପରୀକ୍ଷାକୁ ଅଫଲାଇନରେ କରିବା ପାଇଁ ଦାବି

Odisha RI Exam 2024: ରାଜସ୍ୱ ନିରୀକ୍ଷକ ଏବଂ ଅମୀନ ନିଯୁକ୍ତିରେ ଅନିମିତତା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଆଶାୟୀ ପ୍ରାର୍ଥୀ। ବିଭିନ୍ନ ଅନଲାଇନ୍‍ ସେଣ୍ଟରରେ ପରୀକ୍ଷା ହେତୁ ସେଥିରେ ସ୍ୱଚ୍ଛତା ରହୁନାହିଁ ବୋଲି ଅଭିଯୋଗ କରି ଆଶାୟୀ ଛାତ୍ରଛାତ୍ରୀମାନେ କଟକ ଓ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

Odisha RI Exam 2024: ଅନ୍‍ଲାଇନ ପରୀକ୍ଷାକୁ ବିରୋଧ,  ଆର୍‍ଆଇ ପରୀକ୍ଷାକୁ ଅଫଲାଇନରେ କରିବା ପାଇଁ ଦାବି

Odisha RI Exam 2024(ଭୁବନେଶ୍ୱର) : ରାଜସ୍ୱ ନିରୀକ୍ଷକ ଏବଂ ଅମୀନ ନିଯୁକ୍ତିରେ ଅନିମିତତା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଆଶାୟୀ ପ୍ରାର୍ଥୀ। ବିଭିନ୍ନ ଅନଲାଇନ୍‍ ସେଣ୍ଟରରେ ପରୀକ୍ଷା ହେତୁ ସେଥିରେ ସ୍ୱଚ୍ଛତା ରହୁନାହିଁ ବୋଲି ଅଭିଯୋଗ କରି ଆଶାୟୀ ଛାତ୍ରଛାତ୍ରୀମାନେ କଟକ ଓ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକରେ ସେମାନେ ଜିଲ୍ଲାପଳଙ୍କୁ ସ୍ମାରକପତ୍ର ଦେବା ଲାଗି ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ଭୁବନେଶ୍ୱରରେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରନ୍ତି। 

ରାଜସ୍ୱ ନିରୀକ୍ଷକ ଏବଂ ଅମିନ ନିଯୁକ୍ତି ପାଇଁ ରାଜ୍ୟର ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ଏହି ସଂସ୍ଥା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀଙ୍କୁ ଅନଲାଇନ୍‍ ମାଧ୍ୟମରେ ପରୀକ୍ଷା ଦେବା ଲାଗି ସୁବିଧା ପ୍ରଦାନ କରିଥିଲା। କିନ୍ତୁ ଏଥିରେ ସ୍ୱଚ୍ଛତା ରହି ନାହିଁ ବୋଲି ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍ଥାନରେ ପିଲାଙ୍କୁ ନିର୍ଦ୍ଧାରିତ ସମୟ ବାହାରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉଥିବାାରୁ ଏଥିରେ ଦୁର୍ନୀତି ରହିଥିବା ଅଭିଯୋଗ କରିଛନ୍ତି। ଏହି ଉଦ୍ଦେଶ୍ୟରେ ସେମାନେ ଆନ୍ଦୋଳନ କରିଛନ୍ତି। 

ପରୀକ୍ଷାକୁ ଅନ୍‍ଲାଇନ ବଦଳରେ ଅଫ୍‍ଲାଇନ କରିବା ଲାଗି  ସେମାନେ ଦାବି କରିଛନ୍ତି। ଏହି ଦାବି ନେଇ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ଛାତ୍ରଛାତ୍ରୀମାନେ ମଧ୍ୟ ଆନ୍ଦୋଳନ କରିଛନ୍ତି। ମନ୍ତ୍ରୀଙ୍କୁ ଭେଟି ସେମାନେ ନିଜ କଥା ରଖିବେ ବୋଲି କହିଛନ୍ତି। ଏହି ପରୀକ୍ଷାରେ ଅନିୟମିତତା ହେଉଥିବାରୁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଚିତ ମୂଲ୍ୟ ଦେବା ଲାଗି ଦାବି କରାଯାଇଛି।