ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି । ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖାଯାଇଛି ।


COMMERCIAL BREAK
SCROLL TO CONTINUE READING

୧- ଚଳିତ ଆର୍ଥିକ ବର୍ଷରେ କୌଣସି IMFL OFF shop / CL shop /OS shop ଖୋଲାଯିବ ନାହିଁ । 


୨- ଗ୍ରାମାଞ୍ଚଳରେ କେବଳ ୩ ଷ୍ଟାର ଏବଂ ତଦୁର୍ଦ୍ଧ କାଟାଗୋରିର ହୋଟେଲ ବ୍ୟତୀତ କୌଣସି ନୂଆ  ON shop ଖୋଲା ଯିବାର ବ୍ୟବସ୍ତା କରାଯାଇନାହିଁ ।


୩- ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ON Shop ର ପୁନଃ ନବୀକରଣ କରାଯିବନାହିଁ ।  


୪- ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factor ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । 


୫- ବାର୍ ଗୁଡିକ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣ (Bar Dance)କୁ ଅନୁମତି ଦିଆଯିବ ନାହିଁ। 


୬- ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି।


୭- ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି ।


Also Read- Lucky Zodiac Sign: ୩୧ ଅଗଷ୍ଟରେ ଶାଶ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ


Also Read- 10 Best Port in India: ଦେଶର ପ୍ରମୁଖ ବନ୍ଦର ବିଷୟରେ ଜାଣନ୍ତୁ