Advertisement
Photo Details/zeeodisha/odisha2407685
photoDetails0hindi

Lucky Zodiac Sign: ୩୧ ଅଗଷ୍ଟରେ ଶାଶ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 31 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୩୧ ଅଗଷ୍ଟରେ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ତେବେ ସେହି ରାଶିଗୁଡିକ କିଏ ଆସନ୍ତୁ ଜାଣିବା ।

1/5

ମିଥୁନ ରାଶି

ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବାକୁ ଯାଉଛି । ମିଠା କଥା ଆପଣଙ୍କୁ ସଫଳତା ଆଣିଦେବ । ଆର୍ଥିକ କ୍ଷେତ୍ରରେ ଭଲ ଲାଭ ପାଇବେ ।  ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ପରିଚୟ ବଢିବ । ସରକାରୀ ଚାକିରି ସହିତ ଜଡିତ ବ୍ୟକ୍ତି ଶୁଭ ଖବର ପାଇବେ । ବ୍ୟବସାୟ କ୍ଷେତ୍ରରେ ଦିନଟିରେ ବିପୁଳ ଲାଭ କରିବାର ସୁଯୋଗ ପାଇବେ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତି ଭାବରେ ପରିଚିତ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷାରେ ଉତ୍ତମ ଫଳାଫଳ ପାଇବେ । ଭାଇମାନଙ୍କ ସହିତ କୌଣସି ବିବାଦ ଥିଲେ ତାହାର ସମାଧାନ ହେବ ।

2/5

କର୍କଟ ରାଶି

ଆପଣଙ୍କ ପାଇଁ ବହୁତ ଖୁସିର ଦିନ ହେବାକୁ ଯାଉଛି । ନିଜ ବୁଦ୍ଧି ଏବଂ ଜ୍ଞାନର ପ୍ରୟୋଗ କରି ଆର୍ଥିକ ଲାଭ ପାଇପାରିବେ । ଶନିଦେବଙ୍କ କୃପା ଆପଣଙ୍କ ଉପରେ ବର୍ଷିବ । ଜୀବନରେ ଚାଲିଥିବା ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ । କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ କାମ ହାସଲ କରିବାରେ ସକ୍ଷମ ହେବେ । ଚାକିରି, ଭ୍ରମଣ କିମ୍ବା ଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ଆଶା ପୂରଣ ହେବ । ପରିବାର ସଦସ୍ୟମାନେ ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କୁ ସମର୍ଥନ କରିବେ । ସନ୍ଧ୍ୟାରେ ଆପଣଙ୍କ ପିତାମାତାଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି ।

3/5

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ସକରାତ୍ମକ ଫଳାଫଳ ଆଣିଦେବ । ଶନିଦେବଙ୍କ କୃପାରୁ ଅନେକ ଇଚ୍ଛା ପୂରଣ ହେବ । ଆପଣଙ୍କ ଜୀବନଶୈଳୀରେ ଅନେକ ଭଲ ପରିବର୍ତ୍ତନ ଦେଖିବେ । ରୋଜଗାର ଖୋଜୁଥିବା ଯୁବକମାନେ ଭଲ ଖବର ପାଇବେ । ପ୍ରେମ ଜୀବନରେ ଖୁସିର ମୁହୂର୍ତ୍ତ ଆସିବ । ବ୍ୟବସାୟରେ ଭଲ ଅଭିବୃଦ୍ଧି ହେବ । ବ୍ୟବସାୟରେ ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କର ବନ୍ଧୁତା ବୃଦ୍ଧି ପାଇବ । ଆଶାଠୁ ଅଧିକ ଅର୍ଥ ରୋଜଗାର କରିବାରେ ସକ୍ଷମ ହେବେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ଖୁସି ଖବର ଆସିପାରେ ।

4/5

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ । କଠିନ ପରିଶ୍ରମ ଆପଣଙ୍କ ପାଇଁ ସଫଳତା ଆଣିଦେବ । ଶନି ଦେବଙ୍କ କୃପାରୁ ଆୟ ବୃଦ୍ଧି ପାଇବ । ପୂର୍ବରୁ ଥିବା ଆର୍ଥିକ ସଙ୍କଟ ଦୂର ହୋଇଯିବ । ଯଦି ଆପଣ କୌଣସି ବ୍ୟବସାୟ କରୁଛନ୍ତି, ତେବେ ପ୍ରଗତିର ରାସ୍ତା ମଧ୍ୟ ଖୋଲିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ନୂତନ ସମ୍ପତ୍ତି କିମ୍ବା ଯାନ କିଣିପାରନ୍ତି । ଆପଣଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଗୋଟିଏ ପରେ ଗୋଟିଏ ସମାପ୍ତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ।

5/5

କୁମ୍ଭ ରାଶି

ଆପଣଙ୍କ ପାଇଁ ଏକ ଭଲ ଦିନ । ଶନିଦେବଙ୍କ ବିଶେଷ ଆଶୀର୍ବାଦ ଆପଣ ପାଇବେ । ଦୀର୍ଘ ଦିନ ଧରି ଚାକିରି ବଦଳାଇବାକୁ ଚିନ୍ତା କରୁଥିଲେ ତାହା ସମ୍ଭବ ହୋଇପାରିବ । ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ ପାଇଁ ଆପଣ କିଛି ନୂତନ ଯୋଜନା କରିପାରନ୍ତି । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟ ପାଇଁ ସମୟ ବାହାର କରିବାକୁ ସମର୍ଥ ହେବେ । ପରିବାରରେ ଥିବା ପୁରୁଣା ବିବାଦର ସମାଧାନ ହେବ । ଜୀବନସାଥୀଙ୍କ ସହ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିବେ । ପୈତୃକ ସମ୍ପତ୍ତି ସହିତ ଜଡିତ ସମସ୍ୟାର ସମାଧାନ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)