Odisha News: ରାଜ୍ୟରେ ପୁଲିସର ଶକ୍ତି ବୃଦ୍ଧି କରାଯିବ। ଆସନ୍ତା ଦିନମାନଙ୍କରେ ଶାନ୍ତି ପ୍ରିୟ ରାଜ୍ୟ ଭାବେ ପରିଚିତ ଲୋକଙ୍କୁ ଅଧିକ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକ ଭିତ୍ତିଭୂମି ଓ ମାନବସମ୍ବଳର ବିକାଶ କରାଯିବ। ଏନେଇ ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେ କହିଛନ୍ତି, ନୂଆ ସରକାର ଆସିବା ପରେ ଆମର ଦୁଇଦିନ ଧରି ଯେଉଁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ ଚାଲିଛି ତାହା ଆଜି ଶେଷ ଦିନ। ଏହି ଅବସରରେ ପୁଲିସକୁ ଅଧିକ ବଳ ଯୋଗାଇ ଏହାର ମନ୍ତ୍ରକୁ ବ୍ୟାପ୍ତ କରିବା ଲାଗି ସରକାର ସଚେତନ ରହିଛନ୍ତି’। ଏଥିନେଇ ରାଜ୍ୟ ସରକାର ପୁଲିସ ବଳ ପାଇଁ ନୂଆ ଘୋଷଣା କରିଛନ୍ତି। ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ବିନ୍ଦୁ ଉପରେ: 

 

1. ପୁଲିସ ଶକ୍ତି ବୃଦ୍ଧି ଓ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଆବଶ୍ୟକ ରହିଛି। ବଜେଟରେ ଅଧିକ ବ୍ୟବସ୍ଥା ହୋଇଛି। 

 

2. କିପରି ଲୋକ ନ୍ୟାୟ ପାଇପାରିବେ ଏବଂ ନିଜ ସ୍ଥାନରେ ବାସ କରିପାରିବେ, ତାହାକୁ ବିଚାରକୁ ନେଇ ଅନେକ ପଦକ୍ଷେପ ନେବାକୁ ଯାଉଛି।

 

 

3. ରଥଯାତ୍ରାକୁ ଅଧିକ ସୁସଜ୍ଜିତ ଓ ଶୃଙ୍ଖଳିତ କରିବା ଲାଗି ଏକ ସ୍ୱତନ୍ତ୍ର ବାଟାଲିୟନ ରହିବେ। ୧୦୪୩ କର୍ମଚାରୀ ରହିବେ। 

 

4. ହୋମଗାର୍ଡରେ ୨୯୯୮ ଜଣଙ୍କୁ ପୁନଃ ନିଯୁକ୍ତି କରାଯିବ। 

 

5. ଯେଉଁ ଥାନାରେ ମୋଟରଯାନ ନାହିଁ, ସେ ଥାନାକୁ ସଶକ୍ତ କରିବା ଲାଗି ୯୦୦୦ ମୋଟର ସାଇକେଲ ପ୍ରଦାନ କରାଯିବ। ପ୍ରତି ଥାନାରେ ଜରୁରୀକାଳୀନ ସେବା ପାଇଁ ସମୁଦାୟ ୧୨୪୩ ପଦବୀ ପୂରଣ କରାଯିବ। 

 

 

6. ବିଭିନ୍ନ ମେଡିକାଲ୍‍ କଲେଜରେ ସୃଷ୍ଟି ହେଉଥିବା କାରଣରୁ ରାଜ୍ୟର ୧୦ ମେଡିକାଲ୍‍ କଲେଜରେ ୧୦ ନୂଆ ପୁଲିସ ଫାଣ୍ଡି ଖୋଲାଯିବ। 

 

7. ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୧୦ଟି ନୂଆ ୟୁନିଟ ଗଠନ ହେବ। ଏବେ ୨୦ ୟୁନିଟ କାର୍ଯ୍ୟକ୍ଷମ ରହିଛି। ପ୍ରତି ଜିଲ୍ଲାରେ ରହିବ ଓଡ୍ରାଫ ୟୁନିଟ। 

 

 

8. ଓଡ଼ିଶା ରାଜ୍ୟ ଷ୍ଟ୍ରାଇକିଂ ଫୋର୍ସ ଲାଗି ତିନୋଟି ନୂଆ ବାଟାଲିଅନ ଗଠନ ହେବ। ଏହାଦ୍ୱାରା ପୁଲିସ ଅଧିକ ସେବା ଓ ସୁରକ୍ଷା ପ୍ରଦାନ କରିପାରିବ। ଏଥିଲାଗି ଗୃହ ବିଭାଗ ଯାହା ଆବଶ୍ୟକ କରୁଛି ତାହାକୁ ପୂରଣ କରାଯିବ। 

 

9. ଆସନ୍ତା ଦିନରେ ଶାନ୍ତିପ୍ରି୍ରୟ ରାଜ୍ୟ ଭାବେ ବଜାୟ ରଖିବା ଲାଗି ଆମ ପୁଲିସ ସକ୍ଷମ ରହିଛି। ଆଗକୁ ଆହୁରି ସୁରକ୍ଷିତ କରିବା ଲାଗି ପୁଲିସକୁ ଶକ୍ତି ଯୋଗାଇବାକୁ ନିଷ୍ପତ୍ତି ହୋଇଛି। 

 

 

10. ଆସନ୍ତା ଦିନମାନଙ୍କରେ ଓଡ଼ିଶା ପୁଲିସ ଯେମିତି ଭାରତବର୍ଷରେ ଏକନମ୍ବର ସ୍ଥାନରେ ରହିବ ସେ ନେଇ ପ୍ରୟାସ କରିବାକୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।