ନୂଆବର୍ଷ ପାଇଁ ପୁରୀରେ ଲାଗିଲାଣି ଗହଳି ଚହଳି; ଡିସେମ୍ବର ୩୧ରୁ ଜାନୁଆରୀ ୧ ଯାଏଁ କଟକଣା ଲାଗୁ
Puri: ସିସିଟିଭି ବଳୟରେ ରହିବ ଶ୍ରୀକ୍ଷେତ୍ରମ୍ୱ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ପର୍ଯ୍ୟଟକଙ୍କ ସୁରକ୍ଷା,ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି। ସମୁଦ୍ର କୂଳରେ ଅଘଟଣ ରୋକିବାକୁ ମୁତୟନ ହେବେ ଲାଇଫ ଗାର୍ଡ। ଡିସେମ୍ବର ୩୧ରୁ ଜାନୁଆରୀ ୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ।
ପୁରୀ: ଆସୁଛି ନୂଆବର୍ଷ। ଜନସମୁଦ୍ର ହେବ ପୁରୀ। ଶ୍ରୀମନ୍ଦିର ଠାରୁ ମହୋଦଧି, ବଡ଼ଦାଣ୍ଡ ଠାରୁ ହୋଟେଲ ଇଣ୍ଡଷ୍ଟ୍ରି ସବୁଠି ତୟାରି। ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ। ଏଥିପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ବିନୀତ ଅଗ୍ରୱାଲ।
କହିଛନ୍ତି ଯେ, ଦାୟିତ୍ବରେ ରହିବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ। ସିସିଟିଭି ବଳୟରେ ରହିବ ଶ୍ରୀକ୍ଷେତ୍ରମ୍ୱ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ପର୍ଯ୍ୟଟକଙ୍କ ସୁରକ୍ଷା,ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି। ସମୁଦ୍ର କୂଳରେ ଅଘଟଣ ରୋକିବାକୁ ମୁତୟନ ହେବେ ଲାଇଫ ଗାର୍ଡ। ଡିସେମ୍ବର ୩୧ରୁ ଜାନୁଆରୀ ୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ।