Puri News: ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଗତକାଲି ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ଭବ୍ଯ ପରିବେଷରେ ସମ୍ପର୍ଣ୍ଣ ହୋଇଛି। ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଯେ ନିର୍ଧାରିତ ସମୟ ଠାରୁ ପ୍ରାୟ ୪ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ପହଣ୍ଡି ହୋଇଥିଲା। ତେବେ ଯେତେବେଳେ ପହଣ୍ଡି ହେବା କଥା ସେହି ସମୟରେ ସଂନ୍ଧ୍ଯାଧୂପ ବଢିଥିଲା। ତାପରେ ଚାରମାଳ ବନ୍ଧା ଆରମ୍ଭ ହୋଇ ସିଂହାସନ ମାଜଣା ଓ ପୁଷ୍ପାଞ୍ଜଳି ସହ ୮ଟା ୫ମିନିଟରେ ପହଣ୍ଡି ଆରମ୍ଭ ହୋଇଥିଲା। । ସବୁଠାରୁ ଆକର୍ଷଣ ଥିଲା ମହାପ୍ରଭୁଙ୍କ ସହ ଭେଟଘାଟ ନୀତି। 


COMMERCIAL BREAK
SCROLL TO CONTINUE READING

ନୀଳାଦ୍ରି ବିଜେ ପହଣ୍ଡି  ଆରମ୍ଭରେ ପ୍ରଥମେ ଶ୍ରୀମଦନମୋହନ, ରାମକୃଷ୍ଣଙ୍କ ପହଣ୍ଡି ପରେ ଚକ୍ରରାଜ ସୁଦର୍ଶନ,  ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । କିନ୍ତୁ ଅଭିମାନିନୀ ମହାଲକ୍ଷ୍ମୀ ଦେଢ଼ଶୁର ଶ୍ରୀ ବଳଭଦ୍ର, ନଣନ୍ଦ ଦେବୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନକୁ ଛାଡି ଦେଇଥିବା ବେଳେ ଶେଷରେ ନବବିବାହିତ ସ୍ୱାମୀ ଶ୍ରୀଜଗନ୍ନାଥଙ୍କୁ ଅବରୋଧ କରିଥିଲେ । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ଭାଇଭଉଣୀଙ୍କୁ ଧରି ପତିତପାବନ ଯାତ୍ରା କରିଥିବାରୁ ମହାଲକ୍ଷ୍ମୀ କବାଟ କିଳି ଦେଇଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ବଚନିକା ପରେ ଶ୍ରୀ ଜଗନ୍ନାଥ ରସଗୋଲା ଖୁଆଇ ମାନଭଂଜନ କରିଥିଲେ। 


ସେପଟେ, ଆଜି ସକାଳୁ ମହାପ୍ରଭୁଙ୍କ ଗତକାଲିର ନୀତି ସବୁ ସମାପ୍ତ ହେବା ପରେ ଆଜି ଠାରୁ ଶ୍ରୀମନ୍ଦିର ରତ୍ନସିଂହାସନରେ ପୁଣି ଆରମ୍ଭ ହୋଇଛି ଦୈନ୍ୟନ୍ଦୀନ ନୀତିକାନ୍ତି । ଆଜିଠାରୁ ପୁଣି ମହାପ୍ରଭୁଙ୍କୁ ଅର୍ଣ୍ଣ ମହାପ୍ରସାଦ ଭୋଗ କରାଯିବ । ଆଜି ଅପରାହ୍ନରେ ଭକ୍ତମାନେ ଏହି ଅର୍ଣ୍ଣ ମହାପ୍ରସାଦ ପାଇବାର ବ୍ୟବସ୍ତା କରାଯାଇଛି । ଯାହାକୁ ନୀଳାଚଳ ଅବଢ଼ା କୁହାଯାଏ । ଥାଳି ୧୦୦ ଟଙ୍କାରେ ମିଳିବ ମହାପ୍ରସାଦ। ଦର ବୃଦ୍ଧି ନୁହେଁ ଚାଲିଥିବା ଦରରେ ମହାପ୍ରସାଦ ଭକ୍ତ ମାନେ ପାଇବେ ବୋଲି କହିଛନ୍ତି ସୁଆରମହାସୁଆର ନିଯୋଗ। ଦୀର୍ଘ ୧୩ ଦିନ ପରେ ଏହି ନୀଳାଚଳ ଅବଢ଼ା ଟିକେ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି ।