ନିମାପଡ଼ା ଜନମଙ୍ଗଳ ଅଧିକାରୀଙ୍କୁ ୪ ବର୍ଷ ଜେଲ୍
ଶ୍ରୀ ଜେନା ପୂର୍ବରୁ ଦାରିଙ୍ଗିବାଡ଼ି ଜିଲ୍ଲାର ଜନ ମଙ୍ଗଳ ସମ୍ପ୍ରସଦାରଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତିଙ୍କଠାରୁ କିରିକୁଟି ୟୁଜି ହାଇସ୍କୁଲ୍ର ବିଜୁଳି ବିଲ୍ ପାରିତ କରିବା ପାଇଁ ସେ ଲାଞ୍ଚ ନେଉଥିଲେ।
ଭୁବନେଶ୍ୱର: ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ପୁରୀ ଜିଲ୍ଲା ନିମାପଡ଼ାର ଜନ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରଞ୍ଜନ ଜେନାଙ୍କୁ ୪ ବର୍ଷ କାରାଦଣ୍ଡାଦେଶ ହୋଇଛି। ଏହା ସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ।
ଶ୍ରୀ ଜେନା ପୂର୍ବରୁ ଦାରିଙ୍ଗିବାଡ଼ି ଜିଲ୍ଲାର ଜନ ମଙ୍ଗଳ ସମ୍ପ୍ରସଦାରଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତିଙ୍କଠାରୁ କିରିକୁଟି ୟୁଜି ହାଇସ୍କୁଲ୍ର ବିଜୁଳି ବିଲ୍ ପାରିତ କରିବା ପାଇଁ ସେ ଲାଞ୍ଚ ନେଉଥିଲେ। ଏହି ସମୟରେ ତାଙ୍କୁ ଭିଜିଲାନ୍ସ ଗିରଫ କରି ତାଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ଏହାର ଶୁଣାଣୀ କରି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ତାଙ୍କୁ ଜେଲ୍ ପଠାଇଛନ୍ତି।
ସେହିପରି ଗଞ୍ଜାମ ଜିଲ୍ଲା ବଳରାମପୁର ଚେକ୍ ଗେଟ୍ର ପିଅନ ଆର ଜଗମୋହନ ରେଡ୍ଡୀ ଏବଂ ତାଙ୍କ ପତ୍ନୀ ଆର୍ ଉର୍ବସୀଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ତାଙ୍କୁ ୩ ବର୍ଷ ଜେଲ ଏବଂ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।
Also Read- Allu Arjun: ୪ ଘଣ୍ଟା ଧରି ପୋଲିସ ପଚାରିଲା ପ୍ରଶ୍ନ, ଉତ୍ତର ରଖିଲେ ଅଲ୍ଲୁ ଅର୍ଜୁନ
Also Read- Top 10 News: ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ତଥ୍ୟ ଓ ଅନ୍ୟାନ୍ୟ ଅପଡେଟ୍