Odisha News:  ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ସିନେମା ଓ ଅଭିନୟ କ୍ଷେତ୍ରରେ ପେସାଦାରଙ୍କ ସୃଷ୍ଟି ପାଇଁ ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍କୁଲ୍‍ ଅଫ୍‍ ଡ୍ରାମାର ଏକ ଶାଖା ଓଡ଼ିଶାରେ ଖୋଲିବ। ଆସନ୍ତା ୨୫ ତାରିଖରୁ ନାମ ଲେଖା ହେବ ଏବଂ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Raod Accident: ସୁନ୍ଦରଗଡ଼ରେ ସଡ଼କ ଦୁର୍ଘଟଣା ୬ମୃତ


ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ଆଞ୍ଚଳିକ ଶାଖା ଅସ୍ଥାୟୀ ଭାବେ ଜୟଦେବ ବିହାରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ  ଏହି ଶାଖା ପ୍ରାଥମିକ ପର୍ଯ୍ୟାୟରେ ପରିଚାଳିତ ହେବ। ମୋଟ ତିନୋଟି ପାଠ୍ୟକ୍ରମ ଏଥିଲାଗି ସ୍ଥିର କରାଯାଇଛି। ଥିଏଟର ଏବଂ ଅଭିୟ କ୍ଷେତ୍ରରେ କ୍ୟାରିୟର ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଉପଯୋଗୀ ହୋଇପାରିବ। ଅଭିନୟ ଲିଖନ, ନିର୍ଦ୍ଦେଶନା ଏବଂ ଡିଜାଇନ୍‍ ପାଠ୍ୟକ୍ରମରେ ଏଠାରେ ଶିକ୍ଷା ପ୍ରଦାନ କରାଯିବ। ଏହାସହ ଏହି କେନ୍ଦ୍ର ନିଚ୍ଛକ ଓଡ଼ିଆ ନାଟକ ପ୍ରଦର୍ଶନ ଏବଂ ପ୍ରଚାର, ପ୍ରସାର ଓ ସମ୍ପ୍ରସାରଣ କ୍ଷେତୟରେ ମଧ୍ୟ ସୁଯୋଗ ସୃଷ୍ଟି କରିବ। 


ଏହା ଏକ ଗର୍ବର ବିଷୟ ଏବଂ ଛାତ୍ରଛାତ୍ରୀଙକ୍ ପାଇଁ ସୁଯୋଗ ଆଣିବ ବୋଲି କହିଛନ୍ତି ଭାଷା, ସାହିତ୍ୟ ଓ ସଂସ୍କୃତିମ ନ୍ତ୍ରୀ ସୂର୍ତଯ୍ୟବଂଶୀ ସୂରଜ। ଏଠାରୁ ଉଚ୍ଚକୋଟିୀର ଶିକ୍ଷା ସହ ସେମାନେ ଓଡ଼ିଆ ସାହିତ୍ୟ, ସଂସ୍କୃତିର  ବିକାଶରେ ସହାୟକ ହୋଇପାରିବେ ବୋଲି ସେ କହିଛନ୍ତି।  ଓଡ଼ିଶାରେ ଏଭଳି ଅଭିନୟ ଓ ଥିଏଟର ଶିକ୍ଷା ଲାଗି କୌଣସି ପ୍ରଫେସନାଲ୍‍ ଅନୁଷ୍ଠାନ ନଥିଲା। କିନ୍ତୁ ଏଠାରୁ ପାସ୍‍ କରିଥିବା ଓଡ଼ିଆ କଳାକାର ବିଜୟ ମହାନ୍ତି, ଅଜିତ ଦାସ, ସୂର୍ଯ୍ୟ ମିଶ୍ର ପ୍ରମୁଖ ବିଶେଷ ସୁନାମ ଅର୍ଜନ କରିଛନ୍ତି। ଏବେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ ଏନ୍‍ଏସ୍‍ଡିର ନିର୍ଦ୍ଦେଶକ ରହିଛନ୍ତି। ତାଙ୍କରି ଉଦ୍ୟମରେ ଓଡ଼ିଶାରେ ଶାଖା ପ୍ରତିଷ୍ଠା ଲାଗି ସୁଯୋଗ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ଚଣ୍ଡୀଗଡ଼, ବାରାଣସୀ ଏବଂ ଗାଙ୍ଗଟକଠାରେ ପୂର୍ବରୁଏନ୍‍ଏସ୍‍ଡିର ଶାଖା ପରିଚାଳିତ ହେଉଛି।