Actor Manoj Mishra: କିଛି ମାସ ତଳେ ବିବାଦରେ ଥିଲା ସମୟରେ ଅନେକ ଚର୍ଚ୍ଚା ଆଲୋଚନା ହେଉଥିଲା । ପରବର୍ତ୍ତୀ ସମୟରେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷଣ ଦେଉଥିବାର ଦେଖିବା ପରେ ଏହି ଚର୍ଚ୍ଚା ଆହୁରି ବଢିଥିଲା । ତେବେ ଆଜି ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଯାହା ଆଶା କରାଯାଉଥିଲା ତାହା ସତ ହେଲା । ରାଜନୀତି କରିବାର ଆଶା ନେଇ କଂଗ୍ରେସରେ ମିଶିଛନ୍ତି ଅଭିନେତା ମନୋଜ ମିଶ୍ର ।


COMMERCIAL BREAK
SCROLL TO CONTINUE READING

ଆଜି ବିଧିବଦ୍ଧ ଭାବେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ଯେଉଁଥିରେ ପିସିସି ସଭାପତି ଶତର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ପ୍ରଭାରୀ ଅଜୟ କୁମାର ନାଥ ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସରେ ମିଶିବା ପରେ ମନୋଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ଆଗାମି ଭବିଷ୍ୟତରେ ଖୁବ୍ ଆଗକୁ ବଢିବ ଏବଂ ପଶ୍ଚିମ ଓଡ଼ିଶାକୁ ଖୁବ୍ ଆଗକୁ ବଢାଇବାର ଲକ୍ଷ ନେଇ କଂଗ୍ରେସରେ ଯୋଗଦାନ କରିଛି । କ୍ଷମତା ମିଳିଲେ ସଂଘର୍ଷ ଆରମ୍ଭ ହେବ । ମୁଁ ଜଣେ ନେତା ନୁହେଁ ବରଂ ସେବକ ହିସାବରେ ଜନସାଧାରଣଙ୍କ ସେବା କରିବି । ତେବେ ମନୋଜ ଆଗାମି ନିର୍ବାଚନରେ ଲଢିବେ କି ନାହିଁ ସେକଥା ଦଳର ମୁଖିଆ ନିର୍ଣ୍ଣୟ କରିବେ ବୋଲି ମନୋଜ କହିଛନ୍ତି ।


ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଓଲିଉଡ ଅଭିନେତା ଅରିନ୍ଦମ ରୟ ଏବଂ ମନୋଜ ମିଶ୍ରଙ୍କ କଳି ଦେଖିବାକୁ ମିଳିଥିଲା । ଉଭୟେ ପରସ୍ପରଙ୍କ ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା ।


Also Read- Surya Gochar 2024: ସୂର୍ଯ୍ୟ ଏବଂ ଶନିଙ୍କ ପ୍ରଭାବ... ଏହି ୫ଟି ରାଶିକୁ ବଡ଼ ଲାଭ


Also Read- Mars Transit 2024: ଆଦିତ୍ୟ ମଙ୍ଗଳ ଯୋଗ କାରଣରୁ ୫ଟି ରାଶିକୁ ବଡ଼ ଫାଇଦା