ଭୁବନେଶ୍ଵର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ ବ୍ୟାନରରେ ନିର୍ମାଣ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘କର୍ମ’। ଓଡ଼ିଶାରେ ହାଇବଜେଟ୍‌ ‘କର୍ମ’ ରିଲିଜ୍‌ ହେବାକୁ ଥିବାବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରର ଶ୍ରୀୟା ଟକିଜ୍‌ରେ ଏହାର ଏକ ସ୍ବତନ୍ତ୍ର ସୋ’ କରାଯାଇଥିଲା। ଏଥିରେ ଓଡ଼ିଶାର ଆଗଧାଡ଼ିର କଳାକାର, ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, କାହାଣୀକାର, ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନେ ଏକାଠି ହୋଇ ଫିଲ୍ମ ଦେଖିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଫିଲ୍ମରେ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏହାର ସଂଳାପ, ସଂଗୀତ, କଳାକାରଙ୍କ ଅଭିନୟକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆଜି ଏହି ସୋ'ରେ ଏହାର ପ୍ରଯୋଜନା ଦାୟିତ୍ବରେ ଥିବା ଅନୁପମ ପଟ୍ଟନାୟକଙ୍କ ସହିତ ବର୍ଷା ପଟ୍ଟନାୟକ, ଅନୁଭବ ମହାନ୍ତି ଓ ପୂରା ଟିମ୍‌ ଉପସ୍ଥିତ ରହି ଦର୍ଶକଙ୍କ ସହ ଫିଲ୍ମ ଦେଖିଥିଲେ। ଫିଲ୍ମର କାହାଣୀ ମାନସ ପଢ଼ିଆରୀ ଲେଖିଥିବାବେଳେ ଚିତ୍ରୋତ୍ତୋଳନରେ ଦୀପକ କୁମାର, ସଙ୍ଗୀତ ନିର୍ଦ୍ଦେଶନାରେ ଆଶିଷ ପ୍ରଧାନ, ସାଉଣ୍ଡ ଡିଜାଇନିଂରେ ଶକ୍ତି ସ୍ବରୂପ ଦ୍ବିବେଦୀ ଓ ସମ୍ପାଦନାରେ ରଶ୍ମି ରଞ୍ଜନ ଦାଶ ବେଶ୍‌ ଭଲ କାମ କରିଛନ୍ତି। ଲାଇନ୍ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ ଥିବାବେଳେ ପ୍ରଚାର ପ୍ରସାର ଦାୟିତ୍ବରେ ଅଛନ୍ତି ପ୍ରଣୟ ଜେଠୀ।