ଜମ୍ମୁ-କାଶ୍ମୀର ପୁଲିସ ପ୍ରଶାସନର ମୁଖିଆ ହେଲେ ଓଡ଼ିଆ ପୁଅ
Odisha News: ଓଡ଼ିଶା ରାଉଲକେଲା ନିବାସୀ ରଶ୍ମିରଞ୍ଜନ ସେପ୍ଟେମ୍ବର ୩୦ପର୍ଯ୍ୟନ୍ତ ଡିଜିପି ଭାବେ କାର୍ଯ୍ୟକରିବେ। ରଶ୍ମୀ ରଞ୍ଜନ ସ୍ବାଇଁ ହେଉଛନ୍ତି ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍।
ଭୁବନେଶ୍ବର: ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ବାଇଁ। ଏନେଇ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିବା ବେଳେ ୧୯୯୧ ବ୍ୟାଚର ଆଇପିଏସ୍ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ଏହାର ଦାୟିତ୍ବ ଭାର ଦେଇଛନ୍ତି ସରକାର। ଓଡ଼ିଶା ରାଉଲକେଲା ନିବାସୀ ରଶ୍ମିରଞ୍ଜନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଡିଜିପି ଭାବେ କାର୍ଯ୍ୟକରିବେ।
ରଶ୍ମୀ ରଞ୍ଜନ ସ୍ବାଇଁ ହେଉଛନ୍ତି ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍। ଏବେ ଜମ୍ମୁକାଶ୍ମୀରର କାର୍ଯ୍ୟକାରୀ ଡିଜିପି ଅଛନ୍ତି ରଶ୍ମୀରଂଜନ। ରଶ୍ମୀ ରଞ୍ଜନ ଜଣେ ଦକ୍ଷ ପୁଲିସ୍ ଅଧିକାରୀ ଭାବେ ବେଶ ପରିଚିତ। ଜମ୍ମୁକଶ୍ମୀରର ବିଭିନ୍ନ ସ୍ଥାନରେ ହେଉଥିବା ଆତଙ୍କବାଦୀ ହମଲାର ସେ ବେଶ୍ ସଫଳତାର ସହ ସାମନା କରିଥିବା ବେଳେ ଆତଙ୍କବାଦୀଙ୍କ ମୂଳତ୍ପୋଟନ ନିମନ୍ତେ ବି ବେଶ ସକ୍ରିୟ ଅଛନ୍ତି।