Odia University Building: ଭୁବନେଶ୍ୱର: ଆଜି ବୁଧବାର ଜାନୁଆରୀ ୨୪ ତାରିଖରେ ଉଦଘାଟିତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟର ସୌଧ। ଏହା ସହିତ ଦୀର୍ଘ ବର୍ଷର ସ୍ୱପ୍ନ ମଧ୍ୟ ପୂରଣ ହେବାକୁ ଯାଉଛି। ତେବେ ଏହି ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଏକ ରକମ ଶେଷ ହୋଇଛି। ସେପଟେ ସତ୍ୟବାଦୀ ପଞ୍ଚସଖା ଖେଳ ପଡ଼ିଆରେ ଉଦଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ତେବେ ଏହି ସୌଧର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମତିଥିରେ ଶିଳାନ୍ୟାସ କରିଥିଲେ। ଲୋକାର୍ପଣ ପରେ ଏଠାରେ ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ବ୍ୟବହାର କରିପାରିବେ। 


COMMERCIAL BREAK
SCROLL TO CONTINUE READING

ତେବେ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ, ସାହିତ୍ୟିକ ଓ ବିଶିଷ୍ଟ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, କୁଳସଚିବ ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ରହିବେ। 


ଏହି ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି କି ଲୋକାର୍ପଣ ପରେ ଆସନ୍ତା ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ନିଜସ୍ୱ କ୍ୟାମ୍ପସରେ ପାଠ ପଢା ଆରମ୍ଭ ହେବ। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି। ଭାଷା ସମ୍ମିଳନୀ ସରିବା ପରେ ନିଜସ୍ୱ କ୍ୟାମ୍ପସରେ ପାଠପଢା ହେବ। ଶିକ୍ଷାର୍ଥୀଙ୍କ କ୍ୟାମ୍ପସ ପ୍ରବେଶ ହେବଷ ଏଥିପ ସହ ଆଗକୁ ଆଉ ୨ଟି ନୂଆ ପାଠ୍ୟକ୍ରମ ଯୋଡ଼ିହେବ। ୨ଟି ନୂଆ ବିଭାଗ ମଧ୍ୟ ଖୋଲିବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କୂଳପତି ସୂଚନା ପ୍ରଦାନ କରିଛନ୍ତି।