ଖୋର୍ଦ୍ଧା: ଆଇଆଇଟି ଭୁବନେଶ୍ୱରରେ ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦-କ୍ୟୁବ୍ ଷ୍ଟାର୍ଟ ଅପ୍ କନକ୍ଲେଭ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୩୬ ସୁଦ୍ଧା ଓଡ଼ିଶା ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ଶତ ବାର୍ଷିକ ପୂରଣ କଲା ବେଳକୁ ୧୦୦ କୋଟି ଟଙ୍କା ବିଶିଷ୍ଟ ୧୦୦ଟି ଷ୍ଟାର୍ଟଅପ୍ ପ୍ରତିଷ୍ଠା ନେଇ ଲକ୍ଷ୍ୟ ରଖାଯାଇଛି । ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ।


COMMERCIAL BREAK
SCROLL TO CONTINUE READING

୨୦୩୬ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ବିକଶିତ ଭାରତରେ ‘ପୂର୍ବୋଦୟ’  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା ରହିଛି । ଖଣିଜ ଓ ସାମଗ୍ରୀ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜଳବାୟୁ ବିଜ୍ଞାନ, ସ୍ମାର୍ଟ ଭିତ୍ତିଭୂମି, ଅକ୍ଷୟ ଉର୍ଜା, ସେମିକଣ୍ଡକ୍ଟର ଡିଭାଇସ୍ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଆଦି ବିଭିନ୍ନ କ୍ଷେତ୍ରରେ ଆଇଆଇଟି ଭୁବନେଶ୍ୱରର ବିଶେଷ ଦକ୍ଷତା ରହିଛି । ସେ ଦୃଷ୍ଟିରୁ ବିଗତ ବର୍ଷ ଗୁଡ଼ିକରେ ଆଇଆଇଟି ଗୁଡ଼ିକ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ସହ ଗବେଷଣା ଓ ଉଦ୍ୟମିତା ପାର୍କ ପ୍ରତିଷ୍ଠା ମାଧ୍ୟମରେ ଷ୍ଟାର୍ଟଅପ୍ ଇନକ୍ୟୁବେସନକୁ ପ୍ରୋତ୍ସାହନ ଦେବ । ଏହି ଗବେଷଣା ଓ ଉଦ୍ୟମିତା ପାର୍କକୁ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ୧୩୦ କୋଟି ଟଙ୍କା ସହାୟତାରେ ୨୦ ହଜାର ବର୍ଗଫୁଟ ଅଞ୍ଚଳରୁ ପ୍ରାୟ ୮୦ ହଜାର ବର୍ଗଫୁଟକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ବିସ୍ତାର କରିବାକୁ ସ୍ଥିର ହୋଇଛି । ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଉପରେ ଆଧାରିତ ।


ଆଇଆଇଟି ଭୁବନେଶ୍ଵର ଦ୍ଵିତୀୟ ପିଢ଼ିର ଆଇଆଇଟି ମଧ୍ୟରୁ ଅନ୍ୟତମ । ଖଣିଜ ଓ ସାମଗ୍ରୀ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜଳବାୟୁ ବିଜ୍ଞାନ, ସ୍ମାର୍ଟ ଭିତ୍ତିଭୂମି, ଅକ୍ଷୟ ଉର୍ଜା, ସେମିକଣ୍ଡକ୍ଟର ଡିଭାଇସ୍ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଆଦି ବିଭିନ୍ନ କ୍ଷେତ୍ରରେ ଆଇଆଇଟି ଭୁବନେଶ୍ୱର ବିଶେଷ ଦକ୍ଷତା ରହିଛି । ସେ ଦୃଷ୍ଟିରୁ ବିଗତ ବର୍ଷ ଗୁଡ଼ିକରେ ଆଇଆଇଟି ଗୁଡ଼ିକ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ସହ ଗବେଷଣା ଓ ଉଦ୍ୟମିତା ପାର୍କ ପ୍ରତିଷ୍ଠା ମାଧ୍ୟମରେ ଷ୍ଟାର୍ଟଅପ୍ ଇନକ୍ୟୁବେସନକୁ ପ୍ରୋତ୍ସାହନ ଦେବ ।