Rourkela News: ରାଉରକେଲାରେ (Rourkela) ଅନୁଷ୍ଠିତ ହେବ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ (4th sambalpur sammilani 2023) । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ (Paschimanchal Ekta Manch) ପକ୍ଷରୁ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ଦିନ ଧରି ସମ୍ମିଳନୀ ଏହି ଚାଲିବ ।


COMMERCIAL BREAK
SCROLL TO CONTINUE READING

ରାଉରକେଲାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ (Paschimanchal Ekta Manch) ପକ୍ଷରୁ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଶନିବାର ଦିନ ପଶ୍ଚିମାଞ୍ଚଳ ଏକତା ମଞ୍ଚର କେନ୍ଦ୍ରୀୟ କମିଟି ବୈଠକ କରି ନିଷ୍ପତ୍ତି ନେଇଥିଲା । ସମ୍ବଲପୁରୀକୁ (sambalpuri) ବିଶ୍ବ ଦରବାରରେ ପରିଚିତ କରାଇବା ନେଇ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ୨୦୧୩ ମସିହାରୁ କାର୍ଯ୍ୟ କରିଆସୁଛି। ଏନେଇ ବିଭିନ୍ନ ଜିଲ୍ଲାରେ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ କରି ସମ୍ବଲପୁରୀ ଭାଷା, ସଂସ୍କୃତି ଓ ପରମ୍ପରାର ପ୍ରଚାର ଦିଗରେ ମଞ୍ଚ କାମ କରିଆସୁଛି । ପ୍ରଥମ ସମ୍ମିଳନୀ ସମ୍ବଲପୁରରେ, ଦ୍ବିତୀୟ ସମ୍ମିଳନୀ ଝାରସୁଗୁଡା ,ଓ ତୃତୀୟ ସମ୍ମିଳନୀ ସୁନ୍ଦରଗଡରେ ଆୟୋଜନ ହୋଇଥିଲା । ତେବେ ଆଗାମୀ ଜାନୁଆରୀ ମାସରେ ରାଉରକେଲାରେ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ ନେଇ ମଞ୍ଚ ପକ୍ଷରୁ ଯୋଜନା କରାଯାଉଛି ।


Also Read-Odisha News: ଭାରତ ସ୍କାଉଟ୍‌ସ୍ ଗାଇଡ଼ସ୍ କଲ୍‌ଚରାଲ୍ ଫ୍ୟୁଜନର ଉଦଯାପନୀ ଦିବସ


ପ୍ରକାଶ ଥାଉ କି, ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ (4th Sambalpur sammilani 2023) ପାଇଁ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ତଥା ସଂଗଠକ ଭାବେ ଭଗବାନ ପତିଙ୍କୁ ସମ୍ମିଳନୀର ଆବାହକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ରାଜ୍ଯ ଶ୍ରମ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ ସମ୍ମିଳନୀର ପ୍ରୁଷ୍ଠପୋଷକ ଭାବେ ଦାୟିତ୍ୱ ନେଇଛନ୍ତି । ଶନିବାର ଅନୁଷ୍ଠିତ ବୈଠକରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ କେନ୍ଦ୍ରୀୟ କମିଟିର ଆବାହକ ଭବାନୀଶ ଭୋଇ, ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା, ମୁଖ୍ଯ ସଂଯୋଜକ ମାନସ ରଞ୍ଜନ ବକ୍ସି, ସମ୍ବଲପୁର ଜିଲ୍ଲା ସଂଯୋଜକ ରାଜେଶ ସ୍ବାଇଁ, ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ରୋଶନ ସାହୁ, ତରୁନ କୁମାର , ଲୀନା ବିଶ୍ବାଲ ଓ ରଶ୍ମୀ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ ।