Lightning Death in Odisha: ବଜ୍ରାଘାତରେ କମ୍ପିଉଠିଛି ଓଡ଼ିଶା। ସେପ୍ଟମ୍ବର ୨ ତାରିଖ ଶନିବାର ସନ୍ଧ୍ୟାରେ ୨ ଘଣ୍ଟା ମଧ୍ୟରେ ୬୧ ହଜାର ଥର ବଜ୍ରପାତ ହୋଇଥିଲା। ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ଥର ବଜ୍ରପାତ ହୋଇଥିବାର ଖବର ମିଳିଛି। ଏହା ସହିତ ରାଜ୍ୟରେ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ନେଇସ ସତର୍କତା ଜାରି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ (Weather Department) ପକ୍ଷରୁ ୟେଲୋ ଆଲର୍ଟ (yellow alert issued for heavy rain in odisha) ଜାରି କରାଯାଇଛି। ଏହା ସହିତ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇଛି। ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। 


ରାଜଧାନୀ ଭୁବନେଶ୍ୱରରେ ମଧ୍ୟାନ୍ନ ବାଦଲ ଗର୍ଜିବା ସହ ବର୍ଷା ହୋଇଥିଲା। ଏହି ସମୟରେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବଜ୍ରପାତ ହୋଇଥିଲା। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ବିଭାଗ (Odisha Disaster Management Department) ଅନୁଯାୟୀ ଅପରାହ୍ନ ୫:୩୦ ପର୍ଯ୍ୟନ୍ତ ରାଜ୍ୟରେ ୬୧ ହଜାରରୁ ଅଧିକ ଥର ବଜ୍ରପାତ ହୋଇଛି।


ମୃତକଙ୍କ ପରିବାର ପାଇବେ କ୍ଷତିପୂରଣ 
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ବଜ୍ରପାତ କାରଣରୁ ଖୋର୍ଦ୍ଧାରେ ୪, ବଲାଙ୍ଗୀରରେ ୨, ଅନୁଗୋଳ, ବୌଦ୍ଧ, ଗଜପତି, ଜଗତସିଂହପୁର, ପୁରୀ ଏବଂ ଢେଙ୍କାନାଳ ଜିଲ୍ଲାରେ ଜଣେ ଲେଖାଁଏ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଗଜପତି ଏବଂ କନ୍ଧମାଳରେ ବଜ୍ରପାତ କାରଣରୁ ୮ ଗାଈ ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି।


ଏନେଇ ପ୍ରତିକ୍ରିୟା ରଖି
ସ୍ୱତନ୍ତ୍ର ରିଲିଫ୍ କମିଶନର (Special Relief Commissioner Odisha) କହିଛନ୍ତି ଯେ ବଜ୍ରପାତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଦୀର୍ଘ ସମୟ ପରେ ମୌସୁମୀ ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ଏଭଳି ବଜ୍ରପାତ ଘଟଣା ସାମ୍ନାକୁ ଆସିଥାଏ। ଏସଆରସି କହିଛନ୍ତି ଯେ ଯେତେବେଳେ ଥଣ୍ଡା ଏବଂ ଉଷ୍ମ ପବନର ସଂଘର୍ଷ ହୁଏ, ସେତେବେଳେ ଏପରି ବଜ୍ରପାତ ପରିସ୍ଥିତି ସୃଷ୍ଟି ହୋଇଥାଏ।