Odisha Budget 2024: ଗୁରୁବାର ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪ ଆର୍ଥକ ବର୍ଷର ପ୍ରଥମ ୪ ମାସ( ଏପ୍ରିଲ- ଜୁଲାଇ) ପାଇଁ କାମଚଳା ବଜେଟ ଆଗତ କରିବେ । ଏହି ଆର୍ଥିକ ବର୍ଷ ସକାଶେ  ୨.୬୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବ ଆଗତ କରିବା ସହ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ ଗୃହରେ ଅନୁମୋଦନ ପାଇଁ ଆଗତ କରିପାରନ୍ତି । ଏହି କାମଚଳା ବଜେଟ ୨୦୨୪-୨୫ ଆର୍ଥିକ ବର୍ଷ ପ୍ରଥମ ୪ ମାସ ପାଇଁ ପ୍ରଚଳିତ ପ୍ରତିଷ୍ଠାନ, ଯୋଜନା ଓ ପ୍ରକଳ୍ପ ଗୁଡ଼ିକ ପାଇଁ ଆବଶ୍ୟକ ସମ୍ବଳ ବିନିଯୋଗ ହୋଇପାରିବ ।


COMMERCIAL BREAK
SCROLL TO CONTINUE READING

ଆଜି ଗୃହରେ କୌଣସି ନୂଆ ଯୋଜନା କିମ୍ବା କାର୍ଯ୍ୟକ୍ରମ ଘୋଷଣା ହେବ ନାହିଁ ।  କେବଳ କାର୍ଯ୍ୟକାରୀ ହେଉଥିହା ଯୋଜନା ପାଇଁ ବ୍ୟୟ ପ୍ରସ୍ତାବ ରଖାଯିବ । ନିର୍ବାଚନ ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ । ବର୍ଷକରେ ଆୟବ୍ୟୟ ହିସାବ ଦେଇ ୪ ମାସର ଖର୍ଚ୍ଚ ପାଇଁ ଗୃହର ଅନୁମତି ଲୋଡ଼ିବେ ସରକାର । ରାଜ୍ୟ ସରକାର ଏହି ବଜେଟ୍‌ରେ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ମିସନ୍ ଶକ୍ତିଙ୍କୁ ସହାୟତା ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ବ ଦେବେ। ରାଜ୍ୟ ସରକାର ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ରହିବ। ସେହିପରି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଯେପରି ବିକାଶମୂଳକ କାର୍ଯ୍ୟ ଜାରି ରହିବ, ସରକାରୀ କର୍ମଚାରୀଙ୍କ ବେତନ, ପେନସନ୍ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚରେ କୌଣସି ସମସ୍ୟା ହେବନି ସେନେଇ ବଜେଟ୍‌ରେ ବ୍ୟବସ୍ଥା କରାଯିବ।


୨୦୨୩-୨୪ରେ ମୋଟ ବ୍ୟୟ ଅଟକଳ ଆକାଲ ଥିଲା ୨ ଲକ୍ଷ ୩୦ ହଜାର କୋଟି ଟଙ୍କା । ଏଥିରୁ କାର୍ଯ୍ୟକ୍ରମ ଖର୍ଚ୍ଚ ଅଂଶ ଥିଲା ୧ ଲକ୍ଷ ୨୫ ହଜାର କୋଟି  । ପୁଞ୍ଜି ବ୍ୟୟ ବାବଦରେ ୫୧ ହଜାର ୬୩୮ କୋଟି ବରାଦ କରାଯାଇଥିଲା । ଆଗାମୀ ବର୍ଷ ମୋଟ ଆୟ ୨ ଲକ୍ଷ ୨୦ ହଜାର କୋଟି ଟପିବ ବୋଲି ଅନୁମାନ କରାଯାଉଛି । କେନ୍ଦ୍ରୀୟ ସୂତ୍ରରୁ ୯୦ ହଜାର କୋଟି ମିଳିବ ବୋଲି କେନ୍ଦ୍ର ବଜେଟରୁ ଆଭାସ ମିଳିଛି । କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ବାବଦରେ ୫୫ ହଜାର କୋଟି ଓ କେନ୍ଦ୍ରୀୟ ଅନୁଦାନରେ ୩୫ କୋଟି ପାଇବ ରାଜ୍ୟ । ନିଜସ୍ବ ରାଜସ୍ବ ଆୟ ୧ ଲକ୍ଷ ୩୦ ହଜାର କୋଟି ଟପିପାରେ । ବିତ୍ତୀୟ ନିଅଣ୍ଟ ମୋଟ ରାଜ୍ୟ ଘରୋଇ ଉତ୍ପାଦର ୩ ପ୍ରତିଶତ ଭିତରେ ସୀମିତ ରହିପାରେ ବୋଲି ସୂଚନା ମିଳିଛି ।


Also Read-Weather Update: ରାଜ୍ୟରେ ଚିନ୍ତା ବଢାଇଛି ବୈଶାଖ ତାତି, ଏହି ଦିନଠାରୁ ବଦଳିବ ପାଗ