Deputy Speaker Election: ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ ପାଇଁ ଆଜି ହେବ ନାମାଙ୍କନ ଦାଖଲ  । ଆସନ୍ତାକାଲି ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ୨୦୧୯ ମସିହାରୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବାରୁ ସଂଗଠନକୁ ଗୁରୁତ୍ୱ ଦେଇପାରୁନଥିଲେ ରଜନୀକାନ୍ତ । ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ପରେ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନୁଗୁଳର ସଂଗଠନ ଦାୟିତ୍ୱ ନେବେ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ । ସେପଟେ ଆଜି ନାମାଙ୍କନ ଦାଖଲ ଥିବା ବେଳେ ଶାସକ ଦଳ ପାଇଁ କଣ୍ଟା ହେଲା ପ୍ରାର୍ଥୀ ଚୟନ।


COMMERCIAL BREAK
SCROLL TO CONTINUE READING

ବାଚସ୍ପତି ଉପକୂଳ ଓଡ଼ିଶାରୁ ହୋଇଥିବା ବେଳେ ଉପବାଚସ୍ପତି(Deputy Speaker Election)  ପଶ୍ଚିମ କିମ୍ବା ଉତ୍ତର ଓଡ଼ିଶାରୁ ଚୟନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ବାଚସ୍ପତି ବରିଷ୍ଠ ଥିବା ବେଳେ ଉପବାଚସ୍ପତି ରେସ୍ ପାଇଁ ଯୁବ ଚେହେରାକୁ ଭରସି ପାରେ ଦଳ ବୋଲି କୁହାଯାଉଛି। ତେବେ ରେସରେ ଅଛନ୍ତି ଦଳର ସ୍ନେହାଙ୍ଗୀନ ଛୁରିଆ, ରୋହିତ ପୂଜାରୀ, ଲତିକା ପ୍ରଧାନ, ଅମର ଶତପଥୀ, ଶଶିଭୂଷଣ ବେହେରା, ସୁଧିର ସାମଲ ଓ ପ୍ରଫୁଲ୍ଲ ସାମଲ ରହିଛନ୍ତି । ତେବେ ଏଥିପାଇଁ ଆଜି ନାମାଙ୍କନପତ୍ର ଦାଖଲ କରାଯିବ । ଦିନ ୧୨ଟା ଯାଏ ନାମାଙ୍କନ ପ୍ରକ୍ରିୟା ଜାରି ରହିବ । ଆସନ୍ତାକାଲି  ବା ମଙ୍ଗଳବାର ଦିନ ସକାଳ ୯ଟା ୩୦ ମିନିଟରେ ଉପବାଚସ୍ପତି ନିର୍ବାଚନ ହେବ । ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂଙ୍କ  ଇସ୍ତଫା ପରେ ଏହି ପଦବୀ ଖାଲି ରହିଛି ।


ସେପଟେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ (Assembly Winter Session) । ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି ।  ଦିନ ୧୧ଟା ୩୦ ମିନିଟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ  । ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ସହଯୋଗ ଲୋଡିବେ ବାଚସ୍ପତି । ନଭେମ୍ବର ୨୧ ଅର୍ଥାତ୍ ଆସନ୍ତାକାଲିଠୁ  ଡିସେମ୍ବର ୩୦ ତାରିଖ ଯାଏ ବସିବାକୁ ଥିବା ଅଧିବେଶରେ ୩୦ଟି କାର୍ଯ୍ୟଦିବସ ରହିଛି । ସମସ୍ତଙ୍କ ସହଯୋଗରେ ବିଧାନସଭାର (Odisha Assembly) କାର୍ଯ୍ୟସୂଚୀ ଅନୁସାରେ ଗୃହ ଚଳାଇବା ପାଇଁ ବୈଠକରେ ଆଲୋଚନା ହେବ। 


Also Read: Top 10 News Headlines: ସକାଳର 10 ବଡ଼ ଖବର


Also Read: Droupadi Murmu: ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ


Also Read: Weather Update: ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା! ଏହି ଦିନଠାରୁ ବଢିବ ଶୀତ