Manjuri Road Bazar Bhadrak: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଛତାବର ଠାରୁ ନିଳୋକ ଯାଏଁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରୁ ପୂର୍ତ୍ତ ବିଭାଗ ହାତକୁ ଆସିଥିବା ଏହି ରାସ୍ତା ପ୍ରଥମ କରି ଦୁଇ ଥାକିଆ ନିର୍ମାଣ ହେଉଛି। ଏହି ପରିପ୍ରେକ୍ଷୀରେ ମଞ୍ଜୁରୀରୋଡ଼ ଠାରେ ଅବସ୍ଥିତ ରାସ୍ତାରେ ଯେଉଁ ଛୋଟ ବଡ଼ ବ୍ୟବସାୟୀ ସେମାନଙ୍କ ଦୋକାନ ତାହାକୁ ଉଚ୍ଛେଦ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ (Bhandaripokhari MLA  Prafulla Samal) ନିର୍ଦେଶ କ୍ରମେ ରବିବାର ତାଙ୍କ ପ୍ରତିନିଧି (Representative of Bhandaripokhari MLA) ପ୍ରୟାସକାନ୍ତି ସାମଲ ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ (Manjuri Road Traders) ସାକ୍ଷାତ କରିଛନ୍ତି। ବଜାର କମିଟି (Manjuri Road Bazar Committee) ସଭାପତି, ସମ୍ପାଦକ ସହ ସମସ୍ତ ବ୍ୟବସାୟଙ୍କ ସହିତ ବିଧାୟକଙ୍କ ପ୍ରତିନିଧି ଦୀର୍ଘ ସମୟ ଧରି ଆଲୋଚନା କରିଥିବା ବେଳେ ସେମାନଙ୍କୁ ଉଚିତ ଥଇଥାନ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ବିଶେଷ କରି ଆରଏମସି ପକ୍ଷରୁ ବଜାର ସଂଲଗ୍ନ ସ୍ଥାନରେ ଯଥାଶୀଘ୍ର ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବା ସହ ଉଚ୍ଛେଦ ହୋଇଥିବା ସମସ୍ତ ବ୍ୟବସାୟୀଙ୍କୁ ଦୋକାନ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।


ପ୍ରଶାସନ ଯଥାଶୀଘ୍ର ସ୍ଥାନ ଚିହ୍ନଟ କରିବା ପରେ ନିୟନ୍ତ୍ରିତ ବଜାର କମିଟି (Regulated Markets Committee) ପକ୍ଷରୁ ଦୋକାନ ଗୃହ (RMC Shop) ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଲୋଚନାରୁ ଜଣାପଡ଼ିଛି। ବିଶେଷ କରି ମଞ୍ଜୁରୀରୋଡ଼ ବଜାରକୁ ସରସ ସୁନ୍ଦର ଭାବେ ଗଢି ତୋଳିବା, ଗମନାଗମନ ପଥକୁ ସୁଗମ କରିବା, ବ୍ୟବସାୟୀଙ୍କୁ ସଠିକ ଥଇଥାନ ଯୋଗାଇଦେବା ପ୍ରଥମ ଲକ୍ଷ୍ୟ ହେବ ବୋଲି ବିଧାୟକଙ୍କ ପ୍ରତିନିଧି କହିଛନ୍ତି। 


ରବିବାର ହୋଇଥିବା ଆଲୋଚନା ସମୟରେ ତହସିଲଦାର ସରୋଜକାନ୍ତ ନାୟକ, ବିଡ଼ିଓ ଦେବଦତ୍ତ ଦାସ, ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଜିଲ୍ଲା ପରିଷଦ ସଭ୍ୟ ବଦ୍ରିନାରାୟଣ ରାଉତ, ଲକ୍ଷ୍ମୀଧର ସାହୁ, ନାଆମୀ ସେବା ସମବାୟ ସମିତି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ସେମାନଙ୍କ ବ୍ୟତୀତ ମଞ୍ଜୁରୀରୋଡ଼ ନିକଟ ନାଆମୀ, ରାଜେନ୍ଦ୍ରପୁର, ବନ୍ଦାଳୋ- ମଢ଼ିଆଳି, ତେସିଙ୍ଗା ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଆଲୋଚନା ବେଳେ ଉପସ୍ଥିତ ଥିଲେ। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲଙ୍କ ପକ୍ଷରୁ ହୋଇଥିବା ଆଲୋଚନାକୁ ବଜାର କମିଟି ପକ୍ଷରୁ ସ୍ୱାଗତ କରାଯାଇଛି।