Bharat Jodo Nyay Yatra: ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଆସି ମଙ୍ଗଳବାର ଓଡ଼ିଶାରେ ପହଁଞ୍ଚିଛନ୍ତି ରାହୁଲ ଗାନ୍ଧୀ। ରାଜ୍ୟରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଶେଷ ଦିନ ଅଟେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ଯାତ୍ରା ବୁଧବାର ଝାରସୁଗଡାରେ ପହଞ୍ଚିଲା ।


COMMERCIAL BREAK
SCROLL TO CONTINUE READING

ଆଜି ଏହି ଯାତ୍ରାର ତୃତୀୟ ଦିନ ହୋଇଥିବା ବେଳେ ସକାଳ ୮ ଟାରେ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି । ପ୍ରାୟ ଦୁଇ କିଲୋମିଟର ଯିବା ପରେ ବେହେରାମାଳ କିଷାନ ଛକରେ ଏହି ଯାତ୍ରା ଶେଷ ହେବ । ପରେ କିଷାନ ଛକରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପରେ ୪୯ନଂ ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଁଞ୍ଚିଠାରେ ବିଶ୍ରାମ ନେବେ ରାହୁଲ । ଅପରାହ୍ନରେ ଓଡ଼ିଶା- ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପତାକା ହସ୍ତାନ୍ତର କରାଯିବ ।


ତେବେ ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିବା ରାହୁଲ ଗାନ୍ଧୀ ଗସ୍ତର ଦ୍ବିତୀୟ ଦିନରେ ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାଉରକେଲାରେ ବିଶାଳ ରୋଡ୍‌ସୋ’ ସାରି ପାନପୋଷ ଗାନ୍ଧୀ ଛକଠ‌ାରେ ଆୟୋଜିତ ଜନସଭାରେ ସମ୍ବୋଧିତ କରିବା ଅବସରରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ‘ଦେଶରେ ଦିନକୁ ଦିନ ବେକାରି ସଂଖ୍ୟା ବଢ଼ି ଚାଲିଛି। ଓଡ଼ିଶାର ମଧ୍ୟ ଏହା ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଠାରେ ନିଯୁକ୍ତି ନାହିଁ, ୩୦ ଲକ୍ଷ ବେକାର ଦେଶର ବିଭିନ୍ନ ରାଜ୍ୟରେ ଯାଇ କାମ କରୁଛନ୍ତି। ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୩୦ ଉଦ୍ୟୋଗପତି ଓଡ଼ିଶା ସଂପଦ ଲୁଟି ଚାଲିଛନ୍ତି। କେବଳ ଏତିକି ନୁହେଁ, ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ, ପଛୁଆବର୍ଗର ଲୋକ ଆଦୌ ସୁରକ୍ଷିତ ନୁହନ୍ତି। ଏମାନଙ୍କ ଜଳ, ଜମି ଓ ଜଙ୍ଗଲକୁ ଛଡ଼ାଇ ନିଆଯାଉଛି। ସେମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡୁଛି ବୋଲି ସେ ଅଭିଯୋଗ କରିଥିଲେ। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବି ବନ୍ଦ ହୋଇଯାଇଛି।


ଅପରପକ୍ଷେ ରାହୁଲ କହିଥିଲେ ଯେ, 'କଂଗ୍ରେସ ସର୍ବଦା ଏହା ବିରୋଧରେ ଲଢ଼େଇ କରିଛି। ଆଦିବାସୀଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ କଂଗ୍ରେସ ଆଦୗ ବରଦାସ୍ତ କରିବ ନାହିଁ। ତେଣୁ ଲୋକଙ୍କ ସୁଖଦୁଃଖ ଶୁଣିବାକୁ ଭାରତଯୋଡ଼ୋ ନ୍ୟାୟଯାତ୍ରା କରୁଥିବା ସେ କହିଥିଲେ। ପ୍ରକାଶ ଥାଉ କି, ମଙ୍ଗଳବାର ଝାଡ଼ଖଣ୍ତ  ଦେଇ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ବୀରମିତ୍ରପୁରଠାରେ ପହଁଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ଦଳୀୟ କର୍ମୀ ଓ ନେତା ଭବ୍ୟ ସ୍ବାଗତ କରିଥିଲେ' ।


Also Read- Assembly Budget Session: ଆଜି ଆଗତ ହେବ କାମଚଳା ବଜେଟ


Also Read-Weather Update: ରାଜ୍ୟରେ ଚିନ୍ତା ବଢାଇଛି ବୈଶାଖ ତାତି, ଏହି ଦିନଠାରୁ ବଦଳିବ ପାଗ