Bhograi MLA: ଭୋଗରାଇ ବିଧାୟକ ଅସୁସ୍ଥ, ଆଇସିୟୁରେ ଚିକିତ୍ସା ଜାରି
ଅସୁସ୍ଥ ଅଛନ୍ତି ବିଜେଡ଼ିର ପୁରୁଖା ନେତା ତଥା ଭୋଗରାଇ ବିଧାୟକ (Bhograi MLA) । ୮୩ ବର୍ଷୀୟ ଅନନ୍ତ ଦାସଙ୍କ (ANANTA DAS) ଚିକିତ୍ସା ଜାରି ରହିଛି । ରବିବାର ସନ୍ଧ୍ୟାରେ ତାଙ୍କୁ ବାଲେଶ୍ବର ଫକୀରମୋହନ ମେଡ଼ିକାଲରେ (Balasore Fakir Mohan Medical) ଭର୍ତ୍ତି କରାଯାଇଛି । ବର୍ତ୍ତମାନରେ ସେ ଆଇସିୟୁରେ (ICU) ତାଙ୍କ ଚିକିତ୍ସା ଜାରି ରହିଛି ।
Bhograi MLA: ଅସୁସ୍ଥ ଅଛନ୍ତି ବିଜେଡ଼ିର ପୁରୁଖା ନେତା ତଥା ଭୋଗରାଇ ବିଧାୟକ (Bhograi MLA) । ୮୩ ବର୍ଷୀୟ ଅନନ୍ତ ଦାସଙ୍କ (ANANTA DAS) ଚିକିତ୍ସା ଜାରି ରହିଛି । ରବିବାର ସନ୍ଧ୍ୟାରେ ତାଙ୍କୁ ବାଲେଶ୍ବର ଫକୀରମୋହନ ମେଡ଼ିକାଲରେ (Balasore Fakir Mohan Medical) ଭର୍ତ୍ତି କରାଯାଇଛି । ବର୍ତ୍ତମାନରେ ସେ ଆଇସିୟୁରେ (ICU) ତାଙ୍କ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁଯାୟୀ, ବୟସାଧିକ କାରଣରୁ ବିଧାୟକ ଅନନ୍ତ ଦାସ ଗତ କିଛି ଦିନ ହେବ ସ୍ବାସ୍ଥ୍ୟଗତ ସମସ୍ୟାର ସାମ୍ନା କରୁଥିଲେ । ରବିବାର ସଂଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଫଳରେ ପରିବାର ଲୋକେ ତୁରନ୍ତ ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଇଛନ୍ତି । ବିଧାୟକ ଅନନ୍ତ ଦାସ ଏବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ଜଣ ବରିଷ୍ଠ ଡାକ୍ତର ବିଧାୟକଙ୍କ ଚିକିତ୍ସା କରୁଛନ୍ତି । ଏହା ପୂର୍ବରୁ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ ହୋଇଥିଲେ ।
ପ୍ରକାଶ ଥାଉ କି, ୨୦୦୪ ଲଗାତାର ଭାବେ ଏହି ଆସନରୁ ବିଜୟୀ ହୋଇଆସୁଛନ୍ତି ଅନନ୍ତ ଦାସ । ପୂର୍ବରୁ ସେ ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । ୨୦୧୯ ନିର୍ବାଚନରେ ମୋଟ ୭୯୭୯୬ ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ ।
Also Read- Santosh Singh Saluja: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ
Also Read- ‘ମୁଡ଼ ଅଫ ଦ ନେଶନ୍’ ସର୍ଭେ ରିପୋର୍ଟ, ଦ୍ବିତୀୟ ସ୍ଥାନରେ ଯୋଗୀ, ଜାଣନ୍ତୁ କେତେ ନମ୍ବରରେ ନବୀନ?