Santosh Singh Saluja: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ
Advertisement

Santosh Singh Saluja: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

Santosh Singh Saluja: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସଂ ସାଲୁଜାଙ୍କୁ ହତ୍ୟା ଧମକ । ୧୫ ଦିନ ମଧ୍ୟରେ ହତ୍ୟା କରିବାକୁ ଧମକ ଦେବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ।

Santosh Singh Saluja: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

Santosh Singh Saluja: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ୧୫ ଦିନ ମଧ୍ୟରେ ହତ୍ୟା କରିବାକୁ ଧମକ ଦେବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ।

ଖବର ଅନୁଯାୟୀ, ସୋମବାର ସକାଳୁ କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ବାହାରେ ଥିବା ଏକ ଦୋକାନ ନିକଟରେ ଏହି ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା । ପୋଷ୍ଟରରେ ଏକ ଯୁବକଙ୍କ ଫଟୋ ଥିବା ଜଣାପଡ଼ିଛି । ଦୁଇଟି ସ୍ଥାନରେ ଏହି ଭଳି ପୋଷ୍ଟର ଲଗାଯାଇଛି ।  ପୋଷ୍ଟରରେ ନାଲି ରଙ୍ଗରେ କଣ୍ଟାବାଞ୍ଜି ବିଧାୟକଙ୍କୁ ୧୫ ଦିନରେ ହତ୍ୟା କରିବା ନେଇ ଲେଖାଯାଇଛି । ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉ କି, ପୂର୍ବରୁ ମଧ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ଉପରେ ମରାଣାନ୍ତକ ଆକ୍ରମଣ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ସ୍ଥାନୀୟ ଅଂଚଳରେ ‘କଂଗ୍ରେସ ଆସୁଛି’ ବୋଲି ଏକ ପୋଷ୍ଟର ଲାଗିଥିଲା । ବର୍ତ୍ତମାନ କଣ୍ଟାବାଞ୍ଜି ସହରରେ ଏହି ଦୁଇ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Also Read- ‘ମୁଡ଼ ଅଫ ଦ ନେଶନ୍’ ସର୍ଭେ ରିପୋର୍ଟ, ଦ୍ବିତୀୟ ସ୍ଥାନରେ ଯୋଗୀ, ଜାଣନ୍ତୁ କେତେ ନମ୍ବରରେ ନବୀନ?