Chandaka Bird Count: ୧୦ରେ ଚନ୍ଦକାରେ ପକ୍ଷୀ ଗଣନା, ନିୟୋଜିତ ହେବେ ୬୦ କର୍ମଚାରୀ
Chandaka: ବୁଧବାର ସକାଳ ୬ଟାରୁ ଅଭୟାରଣ୍ୟର ୨୭ଟି ସ୍ପଟରେ ପକ୍ଷୀ ଗଣନା କରାଯିବ ବୋଲି ଚନ୍ଦକା ଡିଏଫଓ ଶରତ କୁମାର ବେହେରା ସୂଚନା ଦେଇଛନ୍ତି । ଏହି ପକ୍ଷୀ ଗଣନାରେ ବନ କର୍ମଚାରୀଙ୍କ ସହ ବିଭିନ୍ନ ଏନଜିଓ, ଅବୈତନିକ ୱାଇଲ୍ଡ ଲାଇଫ ୱାର୍ଡ଼େନ୍, ନନ୍ଦନକାନନ ରିସର୍ଚ୍ଚ ଫେଲୋ ଓ ସ୍ବେଚ୍ଛାସେବୀ ସମେତ ପକ୍ଷୀ ବିଶାରଦମାନେ ଯୋଗଦେବେ ।
Chandaka Bird Count: ଆସନ୍ତା ୧୦ ତାରିଖରେ ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟରେ ପକ୍ଷୀ ଗଣନା କରାଯିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଭୟାରଣ୍ୟର ୨୭ଟି ସ୍ଥାନରେ ଏହି ଗଣନା କରାଯିବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବୁଧବାର ସକାଳ ୬ଟାରୁ ଅଭୟାରଣ୍ୟର ୨୭ଟି ସ୍ପଟରେ ପକ୍ଷୀ ଗଣନା କରାଯିବ ବୋଲି ଚନ୍ଦକା ଡିଏଫଓ ଶରତ କୁମାର ବେହେରା ସୂଚନା ଦେଇଛନ୍ତି । ଏହି ପକ୍ଷୀ ଗଣନାରେ ବନ କର୍ମଚାରୀଙ୍କ ସହ ବିଭିନ୍ନ ଏନଜିଓ, ଅବୈତନିକ ୱାଇଲ୍ଡ ଲାଇଫ ୱାର୍ଡ଼େନ୍, ନନ୍ଦନକାନନ ରିସର୍ଚ୍ଚ ଫେଲୋ ଓ ସ୍ବେଚ୍ଛାସେବୀ ସମେତ ପକ୍ଷୀ ବିଶାରଦମାନେ ଯୋଗଦେବେ । ଗଣନା କାର୍ଯ୍ୟରେ ଜିପିଏସ୍, ବାଇନାକୁଲାର୍ ଓ ଅନ୍ୟାନ୍ୟ ଉପକରଣ ସବୁ ବ୍ୟବହାର କରାଯିବ। ଅଭୟାରଣ୍ୟର ବିଭିନ୍ନ ଜଳାଶୟ ଯଥା, ମହାନଦୀ ମୁଣ୍ତଳୀର ଉପରମୁଣ୍ତ ଓ ତଳମୁଣ୍ତ, ଗୟଳବାଙ୍କ ପାଟ, ପାଥପୁର ପାଟ, କୁସୁପଙ୍ଗି, ଘାସିପୁଟ, କଜଳାଗଣ୍ତ, ଗୁପ୍ତପଡ଼ା, କୁମାରଖୁଣ୍ଟି, ଭାଲୁଙ୍କା, ଚୁଡ଼ଙ୍ଗଗଡ଼, ଗୁପ୍ତପଡ଼ା, ଭରତପୁର ଜଙ୍ଗଳରେ ଥିବା ବିଭିନ୍ନ ଜଳାଶୟ, ଏକାମ୍ରକାନନ ହ୍ରଦ, ନିଶାଦ୍ରୀବିହାର ଆଦି ସ୍ଥାନରେ ପକ୍ଷୀ ଗଣନା କରାଯିବ ।
ପ୍ରକାଶ ଥାଉ କି, ଗତବର୍ଷ ଚନ୍ଦକାକୁ ୨୨ ହଜାର ୮୪୦ ପକ୍ଷୀ ଆସିଥିଲେ । ସେମାନଙ୍କ ମଧ୍ଯରୁ ୨୯ ପ୍ରଜାତିର ବିଦେଶାଗତ ପକ୍ଷୀ ଥିବା ବେଳେ ଦେଶୀୟ ପକ୍ଷୀଙ୍କୁ ମିଶାଇଲେ ସମୁଦାୟ ୧୨୦ ପ୍ରଜାତିର ପକ୍ଷୀ ଦେଖା ଯାଇଥିଲେ । ୨୦୨୧ରେ ଏଠାକୁ ୨୧ ହଜାର ୯୪୮ ପକ୍ଷୀ ଆସିଥିବା ବେଳେ ୨୦୨୦ରେ ଏହି ଅଭୟାରଣ୍ୟକୁ ୧୬ ହଜାର ୧୩ଟି ପକ୍ଷୀ ଆସିଥିଲେ ।
Also Read-NEET & JEE Coaching: ଆଜିଠୁ ନିଟ୍ ଓ ଜେଇଇ ମାଗଣା କୋଚିଂ ଆରମ୍ଭ , ଏତିକି ଦିନ ଯାଏଁ ମିଳିବ ସୁବିଧା
ସେପଟେ, ଆଜି ସମ୍ବଲପୁର ବନ୍ୟପ୍ରାଣୀ ବିଭାଗର ପକ୍ଷୀ ଗଣନା । ବିଭାଗର ସମ୍ବଲପୁର ଝାରସୁଗୁଡା,ବରଗଡ଼ ଓ ଛତିଶଗଡ ଅଞ୍ଚଳରେ ଥିବା ହୀରାକୁଦ ରିଜର୍ଭରରେ ଆଜି ସକାଳ ୬ଟାରୁ ପକ୍ଷୀ ଗଣନା (annual bird census) କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ପାୱାର ଚେନାଲ ସହ ୫୦୦ ବର୍ଗ କିଲୋମିଟର ପରିଧିରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଜାରି ରହିଛି । ବିଭାଗ ତରଫରୁ ୨୧ଟି ସେକ୍ଟରରେ ଏହି ପକ୍ଷୀ ଗଣନା କରାଯାଉଛି । ଏଥିପାଇଁ ୭୮ ଜଣ ଗଣନାକାରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ୩୩ଟି ଦଳରେ ଏମାନଙ୍କୁ ଭାଗ କରାଯାଇଛି ।