Odisha News:: ଛତିଶଗଡ଼ର ଦାନ୍ତେଓ୍ୱାଡ଼ା ଏବଂ ବିଜାପୁର ଜିଲ୍ଲାରେ ପୁଲିସ ଓ କେନ୍ଦ୍ରୀୟ ବଳର ନକ୍ସଲ ବିରୋଧୀ ଅପରେସନ୍‍ ଓଡ଼ିଶା ପୁଲିସକୁ ଅଧିକ ସତର୍କ କରିଛି। ଏହି ଅପରେସନ୍‍ ଦ୍ୱାରା ଛତିଶଗଡ଼ ସଂଲକଗ୍ନ ଜିଲ୍ଲାଗୁଡ଼ିକୁ  ନକ୍ସଲ ପ୍ରବେଶ କରିପାରନ୍ତି ବୋଲି ଆଶଙ୍କର ଜନ୍ମିଛି। ଏଣୁ ଏସବୁ ଜିଲ୍ଲାର ଏସ୍‍ପି ଓ କେନ୍ଦ୍ରୀୟବଳକୁ ସଜାଗ କରିବାକୁ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।  କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ବରଗଡ଼ ଏବଂ ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ସିଲଏ କରାଯାଇଛି। 

 


 

ଗତ ସନ୍ଧ୍ୟାରେ ଡିଜି କ୍ୟାମ୍ପ ଅଫିସରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠତ ହୋଇଥିଲା। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେସନ ଦେବଦତ୍ତ ସିଂ ଓ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ କୁମାର ସାହୁ ଯୋଗ ଦେଇଥିଲେ । ଗୃହମନ୍ତ୍ରୀଙ୍କ ଆହ୍ୱାନକ୍ରମେ  ୨୦୨୬ ସୁଦ୍ଧା ଦେଶରୁ ବାମପନ୍ଥୀ ଉଗ୍ରବାଦକୁ ମୂଳୋତ୍ପାଟନ କରିବା ଲାଗି ଛତିଶଗଡ଼ରେ ମିଳିତ ଅପରେସନ୍‍ ଆରମ୍ଭ ହୋଇଥିଲା। ଏଥିରେ ୬ ଜଣ ମିହିଳା ନକ୍ସଲଙ୍କୁ ମିଶାଇ ୯ ଜଣଙ୍କ ମୃତ୍ୟୁ ହୋଇଥିଲା।

 

ଏହା ସହ ବିପୁଳ ବିସ୍ଫୋରକ, ବନ୍ଧୁକ ଜବତ କରାଯାଇଥିଲା। ଏହି ଅପରେସନ୍‍ ପରେ ବିକ୍ଷ ଆକ୍ରମଣର ଆଶଙ୍କା ଥିବାରୁ ଗତ ରାତିରେ ଦାନ୍ତେଓ୍ୱାଡ଼ା ଏବଂ ବିଜାପୁରର ଜଙ୍ଗଲ ତଥା ସମ୍ବେଦନ ଅଞ୍ଚଳରେ ପୁଲିସ କୁମ୍ବିଂ ଅପରେସନ୍‍ ଚଳାଇଥିଲା। ୨୦୨୪ ବର୍ଷ ପୁଲିସର ଏହି କାର୍ଯ୍ୟକଳାପ ହେତୁ ୧୫୩ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଏହାସହ ୬୬୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୬୫ଜଣ ଆତ୍ମ ସମର୍ପଣ କରିଛନ୍ତି।