Weather Update: ଲଘୁଚାପ ଆଣିବ ବଡ଼ ବର୍ଷା, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
Advertisement
Article Detail0/zeeodisha/odisha2413917

Weather Update: ଲଘୁଚାପ ଆଣିବ ବଡ଼ ବର୍ଷା, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆସନ୍ତାକାଲି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ।  

 

Weather Update: ଲଘୁଚାପ ଆଣିବ ବଡ଼ ବର୍ଷା, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆସନ୍ତାକାଲି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ।  ପ୍ରଭାବରେ ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ  ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।  ବିଶେଷକରି, ଦକ୍ଷିଣ ଓଡି଼ଶାରେ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଏନେଇ ଗୁରୁବାର ଓ ଶୁକ୍ରବାର  ପ୍ରବଳ ବର୍ଷା ନେଇ  ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି।
 
Rainfall (in mm) recorded at 17:30Hrs IST of dated- 03rd September 2024. pic.twitter.com/Aa7SuRekBT
 
 
୫ ତାରିଖରେ  ବିଜୁଳି ଘଡ଼ଘ଼଼ଡି ସହ ପ୍ରବଳ ବର୍ଷା ନେଇ  ନବରଙ୍ଗପୁର, କୋରାପୁଟ୍, ରାୟଗଡା, ଗଜପତି  ଓ ମାଲକାନଗିରି ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହିପରି, ୬ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡି ନେଇ ମାଲକାନଗିରି, କୋରାପୁଟ୍, ରାୟଗଡା , ନବରଙ୍ଗପୁର, ଗଜପତି ଓ ଗଂଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।  ଲଘୁଚାପ ଜନିତ  ବର୍ଷାର ପ୍ରଭାବ ୮ ତାରିଖ ଯାଏଁ ରହିବ। ମୁଖ୍ୟତ ୫ ଓ ୬ ତାରିଖରେ ଅଧିକରୁ ରାଜ୍ୟରେ ଅଧିକ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି।