ଭୁବନେଶ୍ୱର: ଜିଲ୍ଲାପାଳମାନେ ହେଉଛନ୍ତି ଶାସନ ଓ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଅନ୍ତିମ ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ଓ ନିଷ୍ପତ୍ତି ଓ ଲକ୍ଷ୍ୟକୁ ପହଞ୍ଚାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଆନ୍ତି। କିଛି ସହରାଞ୍ଚଳ  ଓ ରାଜଧାନକୁ ଛାଡ଼ିଦେଲେ ଜିଲ୍ଲାପାଳମାନଙ୍କୁ ସରକାର ବୋଲି ଲୋକେ  ବୁଝନ୍ତି। ଏଣୁ ପୂର୍ବ ସରକାରଙ୍କ ଭଳି ମନମୁଖୀ ନହୋଇ ଜନପ୍ରତିନିଧିଙ୍କୁ ସମ୍ମାନ ଦେଇ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆସନ୍ତୁ ଏହି ଅଭିଭାଷଣ ପ୍ରମୁଖ ୧୦ ବିନ୍ଦୁ ଉପରେ ନଜର ପକାଇବା: 

 

1. ଏହି ସମ୍ମଳନୀରେ ଶ୍ରୀ ମାଝି ଜଣେ ଲୋକପ୍ରତିନିଧି ଭାବେ ପୂର୍ବରୁ ପ୍ରଶାସନ ଦ୍ୱାରା ଭୋଗିଥିବା ବିଭିନ୍ନ ସମସ୍ୟାକୁ ଉଲ୍ଲେଖ କରିଥିଲେ। ଏପରିକି ଜଣେ  ମନ୍ତ୍ରୀଙ୍କୁ କିପରି ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିଲେ ତାହା ମଧ୍ୟ ଉଲ୍ଲେଖ କରି ଭବିଷ୍ୟତରେ ଯେପରି ଏହି ଅହଙ୍କାର ଓ ଗର୍ବ ଅଧ଼ିକାରୀଙ୍କ ପାଖରେ ନରହେ ସେଥିପ୍ରତି ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଛନ୍ତି। 

 

2. ଲୋକଙ୍କ ସରକାର ହେଉଛି ଏହି ସରକାର। ଲୋକଙ୍କ ସୁଖଦୁଃଖରେ ସାମିଲ୍‍ ହେବା, ରାଜ୍ୟର ଅର୍ଥନୀତିକ ବିକାଶ ଗତିକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ। ଜିଲ୍ଲାପାଳମାନଙ୍କ କଠିନ ପରିଶ୍ରମ ଓ ଓ ନିଷ୍ଠା ଦ୍ୱାରା ହିଁ ସରକାରଙ୍କ ଲକ୍ଷ୍ୟ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମସବୁ ଲୋକଙ୍କ ପାଖରେ ପହଞ୍ଚିବ। ଯେଉଁ ଯୋଜନା କରାଯାଉଛି ତାହା ଦ୍ୱାରା ଭାରତ ଏକ ନମ୍ବର ରାଜ୍ୟରେ ପରିଣତ ହୋଇପାରିବ। 

 

3. ଓଡ଼ିଶା ସମ୍ବଳରେ ଧନୀ ରାଜ୍ୟ। କିନ୍ତୁ ବିନିଯୋଗ କରିବାରେ ସଫଳ ହୋଇପାରି ନାହିଁ। ଏହାକୁ ରାଜ୍ୟବାସୀ ଅଳ୍ପେ ବହୁତ ଜାଣିଛନ୍ତି। ଯେତେବଳେ ଶାସନ ଅପାରଗ ଲୋକଙ୍କ ପାଖକୁ ଚାଲିଯାଏ ବା ସରକାରଙ୍କ ଲୋକଙ୍କ ପ୍ରତି କୌଣସି ଆବେଗ ନରହେ ସେତେବଳେ ଲୋକଙ୍କ ଆଶା ନିରାଶାରେ ପରିଣତ ହୁଏ।  ଏବେ ସେ ସମୟ ନାହିଁ। ଲୋକଙ୍କ ଆଶାକୁ ପୂରଣ କରିବା ହେଉଛି ଏ ସରକାରଙ୍କ ଉଦ୍ଦେଶ୍ୟ । ଏଥିଲାଗି ଯତ୍ନବାନ ହୁଅନ୍ତୁ ଜିଲ୍ଲାପାଳ। 

 

4. ଅନେକ ସମ୍ରୟରେ ଦେଖାଯାଏ ବର୍ଷସାରା ବିକାଶ  କାମ ମନ୍ଥର ଚାଲିଥାଏ କିନ୍ତୁ ମାର୍ଚ୍ଚ ଆସିଲେ ବିଜୁଳି ବେଗରେ କାମ ଚାଲେ। ଏବେ ସରକାର ଯୋଜନା ରୂପାୟନ ପାଇଁ ପାଣ୍ଠି ଅଭାବ କରୁ ନାହାନ୍ତି। ଏଣୁ  ବର୍ଷର ସବୁ ସମୟରେ ଯେମିତି କାମ ଚାଲିବ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। 

 

5. ଅନେକ ସମସ୍ୟା ବିଷୟରେ ୩ ମାସ ଭିତରେ ଅବଗତ ହୋଇଛି। ଲୋକଙ୍କ ଅଭିଯୋଗ ଶୁଣାଣି ଓ ବିଧାୟକଙ୍କ ସହ ଆଲୋଚନା ପରେ ମୁଁ ଅନେକ କଥା ଜାଣିପାରୁଛି। ଯେଉଁ କଥା ବିଧାୟକ, ସାଂସଦ, ସାଧାରଣ ଲୋକ, ମିଡିଆ ମାଧ୍ୟମରେ ଆସୁଛି ତାହା ଶତ ପ୍ରତିଶ ସତ୍ୟ ହୋଇ ନପାରେ। କିନ୍ତୁ ଆପଣଙ୍କ ସାମ୍ନାକୁ ଆସୁଛି ତେବେ ତାହାକୁ ଯାଞ୍ଚ କରି ସମାଧାନ କରନ୍ତୁ। ଏ ବାବଦରେ ସରକାର ଆପଣଙ୍କୁ ଅଧିକାର ଦେଇଛନ୍ତି। 

 

6. ଦୁର୍ନୀତିକୁ ନେଇ କୌଣସି ଭାବେ ସାଲିସ ହେବ ନାହିଁ। ଏହା ମୋ ତରଫରୁ ସ୍ପଷ୍ଟ ବାର୍ତ୍ତା।

 

7. କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରାଣୀପାଳନ, କୁକୁଡ଼ା ପାଳନ, ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏଥିପାଇଁ କୃଷି, ପ୍ର୍ରାଣୀପାଳନ, ରାଜସ୍ୱ ବିଭାଗର ସମନ୍ୱୟ ଆବଶ୍ୟକ। ଏହି ସମନ୍ୱୟ ଅଭାବରୁ ଅନେକ ପ୍ରକଳ୍ପ ଆରମ୍ଭ ହୋଇପାରୁ ନାହିଁ। ଏହାର ସମାଧାନ ପାଇଁ ଜିଲ୍ଲାପାଳମାନେ ସମୀକ୍ଷା କରିବା ଆବଶ୍ୟକ। 

 

8. ସବୁ ଜିଲ୍ଲାପାଳଙ୍କୁ ଅନୁରୋଧ ସବୁ ଜିଲ୍ଲାପାଳ କିଛି ସମୟ ବାହାର କରି କ୍ଷେତ୍ର ପରିଦର୍ଶନ କରନ୍ତୁ। ଏହାଦ୍ୱାରା ସମସ୍ୟାକୁ ନିଜେ ଦେଖିପାରିବେ ଏବଂ ସମସ୍ୟା ସମାଧାନ ପାଇଁ ସହାୟକ ହେବ। ବିଶେଷକରି, ସ୍କୁଲ୍‍, ହସ୍ପିଟାଲ ଓ ଥାନାକୁ ନିୟମିତ ଭାବେ ଯାଆନ୍ତୁ। 

 

9. ସରକାରୀ କାର୍ଯ୍ୟାଳୟ, ଥାନାରେ ସାଧାରଣ ଲୋକଙ୍କ ସମେତ ଜନ ପ୍ରତିନିଧିଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଉଛି। ଗଣତନ୍ତ୍ରରେ ଲୋକପ୍ରତିନିଧିଙ୍କୁ ଅଗ୍ରାଧିକାର ଦେବା ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟ। ଏଥିଲାଗି ବୁକ୍‍ ସର୍କୁଲାର ୪୭ ରହିଛି। ଏଥିପ୍ରତି ଯତ୍ନବାନ ହୁଅନ୍ତୁ। 

 

10. ଖଣିଜ ଓ ଲଘୁ ଖଣିଜର ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ଲାଗି ଜିଲ୍ଲାପାଳମାନେ ଧ୍ୟାନ ଦିଅନ୍ତୁ। ଅନେକ ସମ୍ରୟରେ ତହସିଲଦାର ବା ତଳ ସ୍ତରର ପ୍ରଶାସନିକ ଅଧିକାରୀଙ୍କୁ ଏହି ଦୁର୍ନୀତି ରୋକିବା ଅଭିଯୋଗରେ ହତ୍ୟା କରାଯାଇଛଇ, ଧମକ ମିଳିଥିବା ମୁଁ ଜାଣିଛି। କିନ୍ତୁ ଜିଲ୍ଲାପାଳମାନେ ଏସବୁ ରୋକିବା ପାଇଁ ଟେକ୍ନୋଲୋଜି ବ୍ୟହାର କରନ୍ତୁ।  ଯଷତ୍ର ଅଧିକାରୀଙ୍କଚ ସହାୟକ ହୁଅନ୍ତୁ। 

 

11. ଚୋରା ମଦର ଅବାଧ କାରବାର। ଅପମିଶ୍ରଣକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରନ୍ତୁ। ନିଜ ଜିଲ୍ଲାରେ ଯେପରି ଚୋରାମଦ କାରବାର ନହୁଏ ସେଥିପ୍ରତି ଆପଣ ଦାୟୀ ରୁହନ୍ତୁ। 

 

12. ଓଡ଼ିଶା ଜନସଂଖ୍ୟାର ୨୨.୮୭ ହେଉଛନ୍ତି ଜନଜାତି ବର୍ଗର। ଅନେକ ଜିଲ୍ଲା ଆଦିବାସୀ ଜିଲ୍ଲା ହୋଇ ନଥିଲେ ମଧ୍ୟ ଅନେକ ଆଦିବାସୀ ସେଠାରେ ବାସ କରନ୍ତି। ଅନେକ ସମୟରେ ଜଙ୍ଗଲ ସଂରକ୍ଷଣ ନୀତି ମାଧ୍ୟମରେ ଅନେକ ନିରୀହ ହଇରାଣ ହୋଇଥାଆନ୍ତି ଏବଂ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଥିପ୍ରତି ସମ୍ବେଦନଶୀଳ ହୁଅନ୍ତୁ ଜିଲ୍ଲାପାଳ। 

 

13. ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ମାନରେ ରହିଛି। ଦୁଇ ଦଶନ୍ଧି ଧରି ଅବହେଳା ଏହାର କାରଣ। ଭିତ୍ତିଭୂମି ଓ ନିଯୁକ୍ତିକୁ ଧ୍ୟାନ ଦିଆ ନଗଲେ ଏପରି ହୋଇଥାଏ। ଗତ ସରକାରରେ ୫-ଟି ରୂପାନ୍ତରଣ ନାଁରେ ଭଙ୍ଗ କାନ୍ଥକୁ ରଙ୍ଗ ଦେଇ ଚକ୍‍ ଚକ୍‍ କରାଯାଇଛି। ପ୍ରାଥମିକ ସ୍ତରରର ପିଲାଟି ହରଣ ଗୁଣନ ଜାଣୁ ନାହିଁ। ଏହା ଆମେ ବହୁତ ଦେଖିଛୁ। ଏଣୁ ସରକାର ନୂଆ  ଫିଡର ସ୍କୁଲ୍‍ ଯୋଜନା ପଞ୍ଚାୟତରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା କିପରି ଠିକଣା ଭାବେ ରୂପାୟନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ସରକାର। 

 

14. ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲାଗି ସରକାର ପଣ କରିଛନ୍ତି। ଏଥିଲାଗି ଜିଲ୍ଲାପାଳଙ୍କ ସହାୟତା ଆବଶ୍ୟକ। ଜିଲ୍ଲା ହେଡକ୍ୱାର୍ଟରରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଲୋକେ କିପରି ଏହାର ଭରପୂର ଫାଇଦା ନେବେ ତାହାକୁ ପ୍ରାଥମିକତା ଦିଅନ୍ତୁ।

 

15. ଧାନ ସଂଗ୍ରହ ସମୟ ଆସିଲାଣି। ଗତ ସରକାର ବରଗଡ଼ଠାରେ ୧୦୦ ଟଙ୍କାର ବୋନସ ଦେବେ ବୋଲି କହିଥିଲେ ତାହା ହୋଇପାରିଲା ନାହିଁ। ଆମେ ପ୍ରତିଶୃତି ଦେଇଛୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବାକୁ ଯୋଜନା କରାଯାଇଛି। ଏଥିପ୍ରତି ସତର୍କତା ନିଅନ୍ତୁ। କାରଣ ବାହାରୁ ଧାନ ଆମ ରାଜ୍ୟରେ ପ୍ରବେଶ କରିବା ଆଶଙ୍କା ରହିଛି।