Odisha News: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୁରୀ ଗସ୍ତ। ବିଜେପି ସରକାରଙ୍କ ୧୦୦ ଦିନ ସଫଳତା ନେଇ ଆଜି ଶରଧାବାଲିରେ ହେବାକୁ ଯାଉଛି  ବିଶାଳ ସମାବେଶ ଓ ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  କାର୍ଯ୍ୟକ୍ରମରେ ବିଜେପିକ ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ, ସାଂସଦ  ,ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।


COMMERCIAL BREAK
SCROLL TO CONTINUE READING

ALSO READ: Weather Update: ଲଘୁଚାପ ଆଣିବ ବଡ଼ ବର୍ଷା; ଏହିଦିନ ପ୍ରବଳ ବର୍ଷିବ, ସତର୍କ କଲା ବିଭାଗ


ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?


ପ୍ରତି ନିର୍ବାଚନ ମଣ୍ତଳୀରୁ ୨ ହଜାର ନେତା,କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଛନ୍ତି।  ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୧୨ ଶହରୁ ଅଧିକ ଫୋର୍ସଙ୍କ ପୁଲିସ୍ ଅଧିକାରୀଙ୍କୁ ମୃତୟନ କରାଯିବ। ଦିନ ପ୍ରାୟ ୧୧ ଟା ସମୟରେ ସଭା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଦିନ ୧୨ଟାରେ ଏଥିରେ ଯୋଗ ଦେବେ। ପରେ ଦିନ୧ଟା ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଠାରୁ ସେ ନିଳାଚ ଅର୍ବାନ ହାଟକୁ ଯାଇ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।