Bhubaneswar News: ଆଜି ୯ଟି ଆଦିବାସୀ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ (Special Development Council) ସମ୍ପର୍କରେ ୫ଟି ସଚିବ ଭି.କେ ପାଣ୍ଡିଆନ (V. K Pandian) ଭିଡ଼ିଓ କଫେରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ବୈଠକରେ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପରିଷଦର ଜିଲ୍ଲା ଅଧ୍ୟକ୍ଷଙ୍କ ସହ ୫ଟି ସଚିବ ଆଲୋଚନା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଶନିବାର ଦିନ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅର୍ଥ ଆଦିବାସୀଙ୍କ (Tribals) ଭାଷା, କଳା, ସଂସ୍କୃତି  ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷ ସ୍ବାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ । ଏନେଇ ୫ଟି ସଚିବ ଭି.କେ ପାଣ୍ଡିଆନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ସଦସ୍ୟମାନଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ,’ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଐତିହାସିକ ପଦକ୍ଷେପ ଅଟେ’। ସେ ଆଉ ମଧ୍ୟ କହିଥିଲେ, ‘ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ଅଧିବାସୀଙ୍କ ସଂସ୍କୃତିର ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଅଟେ । ଏହାର ରକ୍ଷଣାବେକ୍ଷଣ ସହ ସ୍ୱତନ୍ତ୍ରତା ବଜାୟ ରଖି ପାରିଲେ ଏହା ଆଗାମୀ ପୀଢି ପାଇଁ ପ୍ରେରଣା ସୃଷ୍ଟି କରିବ’ । ଏହାଦ୍ୱାରା ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଚଳିତ ବର୍ଷ ସମୁଦାୟ ୩୫୧ କୋଟି ଟଙ୍କାର ଅନୁଦାନ ମିଳବ। ଏହି ଘୋଷଣା ଦ୍ବାରା ଭିଡ଼ିଓ କଫରେନ୍ସରେ ଉପସ୍ଥିତ ଥିବା ୯ଟି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ସୂଚନାଯୋଗ୍ୟ, ରାଜ୍ୟ ସରକାର ୯ଟି ଜିଲ୍ଲା ଯଥା- କୋରାପୁଟ, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ରାୟଗଡା, କେନ୍ଦୁଝର, କନ୍ଧମାଳ,ସୁନ୍ଦରଗଡ ଓ ନବରଙ୍ଗପୁର ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ।


Also Read-CTTC Recruitment 2023: CTTCରେ ବାହରିଲା ନିଯୁକ୍ତି , ଆଜିହିଁ କରନ୍ତୁ ଆବେଦନ


Also Read- Israel-Palestine Conflict: ଇସ୍ରାଏଲ ଉପରେ ହାମାସର ଆକ୍ରମଣ ପରେ ଭାରତ ସରକାର ନିଜ ନାଗରିକଙ୍କ ପାଇଁ ଜାରି କଲେ ଆଡଭାଇଜରୀ