Commissionerate Police Guidelines for Cuttack Dussehra 2023: ଅକ୍ଟୋବର ୨୧ ତାରିଖ ଶନିବାର ଠାରୁ ଆରମ୍ଭ ହେଉଛି ଦୁର୍ଗାପୂଜା। ଏହାକୁ ନଜରରେ ରଖି କଟକ ସହରରେ ପୂଜା ତଥା ଭସାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ସହ କରିବା ଲାଗି ଶୁକ୍ରବାର କଟକ ଇଣ୍ଡୋର ଷ୍ଟାଡିଅମ ଠାରେ କମିଶନରେଟ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ କଟକ ଡିସିପି ପିନାକ ମିଶ୍ରଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଯାଉଥିବା ସମସ୍ତ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ। ଚଳିତ ବର୍ଷ  ଦୁର୍ଗା ପୂଜା ପାଇଁ କଟକ ସହରରେ ମୋଟ ୫୫ ପ୍ଲାଟୁନ ପୋଲିସ ଫୋର୍ସ, 636 ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ୍ୱ କନେଷ୍ଟେବଳ, ୧୪୦ ଜଣ ହାବିଲଦାର, ୩୫୦ ଜଣ ସବ ଇନେସ୍ପେକ୍ଟର, ୫୦ ଜଣରୁ ଉର୍ଦ୍ଧ୍ୱ ଇନିସପେକ୍ଟର, ୩୪ ଜଣ ଡିଏସପି, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। 


ଏହା ସହିତ ଦଶହରା ବେଳେ ସହରରେ ୬ ଶହ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ଏହା ବ୍ୟତୀତ ସହରର ୩୨ ସ୍ଥାନରେ ପୋଲିସ ଏଡ଼ ପୋଷ୍ଟ ସ୍ଥାପନ କରାଯାଇଛି। ବିଶେଷକରି ସୁନା କିମ୍ବା ରୁପା ମେଢ ରହିଥିବା ପୂଜା ମଣ୍ଡପରେ ସଶସ୍ତ୍ର ପୋଲିସ  ମୁତୟନ କରାଯିବା ସହ ଦୁର୍ଗା ପୂଜା କମିଟି କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା, ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ପୂଜା ମଣ୍ଡପ ଭିତରେ ଏବଂ ବାହାରେ ସୁରକ୍ଷା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।


ଦଶହରା ପାଇଁ ରୌପ୍ୟନଗର କଟକ ସହ ରାଜଧାନୀ ଭୁବନେଶ୍ୱର ଠାରେ କମିଶନରେଟ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି ମଜବୁତ ସୁରକ୍ଷା ବ୍ୟବସ୍ଥା। ଦୁର୍ଗାପୂଜା ଲାଗି ଅକ୍ଚୋବର ୨୦ ତାରିଖରୁ ୨୫ ପର୍ଯ୍ୟନ୍ତ ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ। ସୁରକ୍ଷା ଦାୟିତ୍ୱରେ ୧୨ ଅତିରିକ୍ତ ଡିସିପି, ୨୩ ଏସିପି, ୪୧ ଇନ୍ସପେକ୍ଟର, ୧୫୧ ସବ୍ ଇନ୍ସପେକ୍ଟର, ୧୧୯ ଟ୍ରାଫିକ୍ କନଷ୍ଟେବଳ, ୭୦ ଏପିଆର କନେଷ୍ଟବଳ, ୨୦୭୦ ଓପପିଏଫ କନଷ୍ଟେବଳ ନିୟୋଜିତ ହୋଇଛନ୍ତି। 


Also Read: Durga Puja 2023: ଦଶହରା ପାଇଁ ମଜବୁତ ସୁରକ୍ଷା ବ୍ୟବସ୍ଥା; ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ


ଦଶହରା ବେଳେ କମିଶନରେଟ ପୋଲିସ କେବଳ ଭୁବନେଶ୍ୱର ରାସ୍ତାରେ ଗାଡ଼ି ମଟର ଯାଞ୍ଚ (Commissionerate Police Checking in Bhubaneswar) କରିପାରିବ ନାହିଁ। ବରଂ ଭାରୀ ଯାନବାହନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। ରାଜଧାନୀ ପୂଜା ମଣ୍ଡପକୁ (Bhubaneswar Durga Puja Mandap) ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଏ ସମ୍ପର୍କରେ ପୋଲିସ ସମ୍ପୃକ୍ତ ସମସ୍ତ ବିଭାଗ ସହିତ ମିଳିତ ଭାବରେ ଯାଞ୍ଚ କରିସାରିଛି। ଚଳିତ ବର୍ଷ ରାଜଧାନୀରେ ୧୮୮ ମଣ୍ଡପରେ ଦୁର୍ଗା ପୂଜା ଆୟୋଜନ କରାଯାଉଛି। 


ରାଜଧାନୀ ଭୁବନେଶ୍ୱର ଠାରେ ସ୍ଥାପିତ ୬ କଣ୍ଟ୍ରୋଲ (Commissionerate Police Control Room in Bhubaneswar) ରୁମ ଠାରୁ କମିଶନରେଟ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଉପରେ ୨୪ ଘଣ୍ଟିଆ ସତର୍କ ନଜର ରଖାଯିବ। ସୁରକ୍ଷା ବ୍ୟବସ୍ଥା ନୀରିକ୍ଷଣ ପାଇଁ ମଧ୍ୟ ସିସିଟିଭି କ୍ୟାମେରା ବ୍ୟବହାର କରାଯିବ। ପୂଜା ସମୟରେ ଜୋର ଜବରଦସ୍ତ ପୂଜା ଆଦାୟ ସମ୍ପର୍କରେ ଅଭିଯୋଗ କରିବା ପାଇଁ ପୋଲିସ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି।


ଚଳିତ ବର୍ଷ ଦଶହରା ପାଇଁ କମିଶନରେଟ ପୋଲିସ (Commissionerate Police Bhubaneswar) ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ (Police Commissioner Saumendra Priyadarshi)। ଏନେଇ ପ୍ରତିକ୍ରିୟା ରଖି ପୋଲିସ କମିଶନର କହିଛନ୍ତି ଯେ, ଦଶହରା ସମୟରେ ପୋଲିସ ବାହୀନୀର ପ୍ରାଥମିକ ଦାୟିତ୍ୱ ହେଉଛି ଭିଡ଼ ପରିଚାଳନା ପାଇଁ ପୂଜା ମଣ୍ଡପରେ ଉପସ୍ଥିତ ରହିବା। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୬ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଆବଶ୍ୟକ ସ୍ଥଳେ ହସ୍ତକ୍ଷେପ କରିବାକୁ ଆମେ ବିଭିନ୍ନ ସ୍ଥାନରେ ଷ୍ଟ୍ରାଇକ୍ ଫୋର୍ସ ମୁତୟନ କରାଯାଇଛି। ସେମାନଙ୍କ ସହ ଏକ ସୁଗମ ସମନ୍ୱୟ ନିଶ୍ଚିତ କରିବାକୁ ଆମେ ପୂଜା କମିଟି ସହିତ ନିରନ୍ତର ଯୋଗାଯୋଗରେ ରହିଛୁ। ପୂଜା ଦେଖିବାକୁ ବାହାରକୁ ଯାଉଥିବାବେଳେ ସେମାନଙ୍କ ଘରର ସୁରକ୍ଷା ପ୍ରତି ସାବଧାନ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।