Congress  Satyagrah: ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର(Congress) ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ । ଅଅଭିନବ ଢଙ୍ଗରେ କଂଗ୍ରେସ କର୍ମି ସତ୍ଯାଗ୍ରହ କରିଛନ୍ତି। ଶହ ଶହ କଂଗ୍ରେସ କର୍ମୀ ଏହି ସତ୍ୟାଗ୍ରହରେ ସାମିଲ ହେବା ସହ ଶ୍ରୀମନ୍ଦିରରେ ସଂକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଛି। ରାଜ୍ଯବ୍ଯାପି ଚାଲିଥିବା ଏହି ସତ୍ଯାଗ୍ରହରେ ଭକ୍ତଙ୍କୁ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର(Ratna Bhandar) ଖୋଲିବା ସହ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଳଙ୍କାରର ଗଣତି ଓ ମଣତି କରିବା ଦାବି କରିଛି କଂଗ୍ରେସ। 


COMMERCIAL BREAK
SCROLL TO CONTINUE READING

ଏଥିସହିତ ରତ୍ନଭଣ୍ଡାର ମରାମତି ଦାବି କରିଛି କଂଗ୍ରେସଜଗନ୍ନାଥ ମହାପ୍ରଭୁଙ୍କ(Mahaprabhu) ଭୂସଂପତ୍ତି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ବେଦାନ୍ତ ଅଧିଗୃହୀତ ଜମି ପ୍ରଜାମାନଙ୍କ ନାମରେ ରେକର୍ଡ କରିବା ଆଦି ଦାବି କରିଛି କଂଗ୍ରେସ । ଏସବୁ ପ୍ରମୁଖ ଦାବି ନେଇ ପୁରୀ ଶ୍ରୀମନ୍ଦିର(Puri Srimandir) ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି।ସତ୍ଯାଗ୍ରହରେ କଂଗ୍ରେସ କର୍ମୀମାନେ ନାରଦ ଆଦି ବିଭିନ୍ନ ଚରିତ୍ରରେ ବେଶ ଧାରଣ କରି ସଂକିର୍ତ୍ତନ କରିଛନ୍ତି। କିଭଳି ଏହି ଦାବି ସରକାରଙ୍କ ନିକଟରେ ପହଞ୍ଚିବ ସେନେଇ ଅଭିନବ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ଯାପକ କରାଯିବ ବୋଲି କହିଛି କଂଗ୍ରେସ। ଏହି ସତ୍ଯାଗ୍ରହରେ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ, ବିନାୟକ ଦାସ ମହାପାତ୍ର, ପୁରୀ ଜିଲ୍ଲା ସଭାପତି ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ଅନେକ ନେତା ଓ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।


Also Read: World Cup Semi Final: ସେମି ଫାଇନାଲରେ କିଏ ମାରିବ ପରବର୍ତ୍ତୀ ଏଣ୍ଟ୍ରୀ? ପାକିସ୍ତାନ ଆଗରେ...