Odisha Election 2024: ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ଓ ସାଂସଦ ପାର୍ଥିନୀ ରାଜଶ୍ରୀ ମଲ୍ଲିକ ଙ୍କ ପାଇଁ ନିର୍ବାଚନ ପ୍ରଚାର କୁ ଓହ୍ଲାଇଛନ୍ତି ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ବାପି ସର୍ଖେଲ। କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଠାରେ ଏକ ବିଶାଳ ଶୋଭାଯାତ୍ରା ରେ ପାରାଦ୍ୱୀପ ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ, ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ର କାର୍ଯ୍ୟକରି ସଭାପତି ମୋନିଦୀପା ସର୍ଖେଲ ଙ୍କ ଉପସ୍ଥିତ ରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ବିଗତ ଦିନରେ ବାପି ସର୍ଖେଲଙ୍କ ଏକାନ୍ତ ଅନୁଗତ ରଞ୍ଜିତ ଦାସ ମହାପାତ୍ର ଙ୍କ ସହିତ ମଙ୍ଗରାଜପୁର ଓ ହସିଣା ଗ୍ରାମର ଶତାଧିକ ମୁରବି ଓ ଛାମୁଆ କର୍ମୀମାନେ ବିଭିନ୍ନ ଦଳ ଛାଡି ପାରାଦ୍ୱୀପ ବିଧାୟକଙ୍କ ନେତୃତ୍ୱରେ ବିଜେଡି ରେ ଯୋଗଦାନ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ବିଭିନ୍ନ ଦଳ ର କର୍ମୀମାନେ ବିଜେଡି ରେ ଯୋଗଦାନ କରୁଥିବା ନେଇ କହିଛନ୍ତି ପାରାଦ୍ୱୀପ ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଓ ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ । 


ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣମୁଖି ଯୋଜନାକୁ ନେଇ ଚଳିତ ନିର୍ବାଚନରେ ବିଜେଡି ବହୁମତ ହାସଲ କରିବା ସହିତ ପାରାଦ୍ୱୀପ ଅଞ୍ଚଳର ସମସ୍ତ ଶ୍ରମିକ ଭାଇ ଭଉଣୀ ମାନେ ବିଜେଡିର ବିଧାୟିକା ଓ ସାଂସଦ ପ୍ରାର୍ଥୀନୀଙ୍କୁ ଯୋଡି ଶଙ୍ଖରେ ମୋହର ମାରି ବିପୁଳ ବ୍ୟବଧାନରେ ବିଜୟୀ କରିବାକୁ ଉପସ୍ଥିତ ସମସ୍ତ ଗ୍ରାମବାସୀ, ଶ୍ରମିକ, ଭାଇ ଭଉଣୀ ଓ ଦଳୀୟ କର୍ମୀ ମାନଙ୍କୁ ନିବେଦନ କରିଛନ୍ତି ଶ୍ରମିକ ନେତା ବାପି ସର୍ଖେଲ କରିଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ରେ ରୋଡ ଶୋ କରାଯିବା ସହିତ ମିଶ୍ରଣ ପର୍ବରେ ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହେଉଛନ୍ତି ବୋଲି କହିଛନ୍ତି ସାଂସଦ ପ୍ରାର୍ଥନୀ ଡ. ରାଜଶ୍ରୀ ମଲ୍ଲିକ।