Odisha Election 2024: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିବା ଦୁଇଟି ଆସନରେ ଆଜି ଭୋଟିଂ ହେଉଛି। ଗୋଟିଏ ହେଉଛି ଆସ୍କା ଲୋକସଭା ମଣ୍ଡଳୀର ହିଞ୍ଜିଳି ବିଧାନସଭା ମଣ୍ଡଳୀ, ଯେଉଁଠାରୁ ସେ ପାରମ୍ପରିକ ଭାବେ ଗଲା ୫ ଥର ହେଲା ନିର୍ବାଚିତ ହୋଇ ଆସୁଛନ୍ତି। ଏହା ତାଙ୍କର ଷଷ୍ଠଥର ପାଇଁ ପ୍ରାର୍ଥୀତ୍ୱ ଦ୍ୱିତୀୟ ଆସନଟି ହେଉଛି ବଲାଙ୍ଗୀର ଲୋକସଭା ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନପସଭା ମଣ୍ଡଳୀ। ଏଠାରୁ ପ୍ରଥମଥର ପାଇଁ ପ୍ର୍ରାର୍ଥୀ ହୋଇଛନ୍ତି। ପଶ୍ଚିମାଞ୍ଚଳରେ ବିଜେଡିର ଭୋଟିଂ ସମ୍ଭାବନାକୁ ଅଧିକ ବଢ଼ାଇବା ଲାଗି ଏହା ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ।


COMMERCIAL BREAK
SCROLL TO CONTINUE READING

୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି। ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ । ୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ । ଗତ ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ସେ ବିଜୟ ଲାଭ କରିଥିଲେ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ନବୀନ ।