ଭୁବନେଶ୍ଵର: ଏଣିକି ସରକାରୀ କର୍ମଚାରୀ ଆଉ ଡ୍ୟୁଟି ସମୟରେ ଖସି ପାରିବେନି। କାର୍ଯ୍ୟାଳୟକୁ ଠିକ୍ ସମୟରେ ନପହଞ୍ଚିଲେ ଦିନକର ଦରମା କଟିବ। ଦିନ ସାଢ଼େ ୧୦ଟା ସୁଦ୍ଧା ଅଫିସରେ ନପହଞ୍ଚିବାକୁ ପଡ଼ିବ। ସାଢେ଼ ୧୦ଟାପରେ ଅଫିସ୍ ପହଞ୍ଚିଲେ ବିଳମ୍ବ ବୋଲି ଧରାଯିବ। ଏପରିକି ଯଦି ୧୧ଟା ପରେ ଅଫିସ ଆସିଲେ ତେବେ ସେଦିନ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ଛୁଟି ବୋଲି ଧରାଯିବ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ନୋଟିସ୍ ଜାରି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, କାର୍ଯ୍ୟାଳୟ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ। ୪ ଘଣ୍ଟାରୁ ଅଧିକ ଓ ସାଢ଼େ ୭ ଘଣ୍ଟାରୁ କମ୍ ହେଲେ ହାଫ୍ ଡେ ହେବ। କର୍ମଚାରୀମାନେ ସେମାନଙ୍କ ଯିବା ଆସିବା ସମୟ ବାୟୋମେଟ୍ରିକ୍ ରେ ସୂଚିତ କରିବେ। କାର୍ଯ୍ୟାଳୟରୁ ବାହାରିବା ସମୟ ସୂଚିତ ନଥିଲେ ଅନୁପସ୍ଥିତ ଧରାଯିବ। 


ଆହୁରି କୁହାଯାଇଛି ଯେ, କର୍ମଚାରୀମାନେ ସକାଳ ୧୦ଟା ସୁଦ୍ଧା ଆସି ପହଞ୍ଚିବେ। ଏଥିରେ ସେମାନଙ୍କୁ ଅଧା ଘଣ୍ଟାର ଗ୍ରେସ୍ ପିରିୟଡ ମିଳିବ। ଅର୍ଥାତ୍ କାରଣବଶତଃ ବିଳମ୍ବ ହେଲେ ସାଢ଼େ ୧୦ଟା ସୁଦ୍ଧା ସେମାନେ ଅଫିସରେ ପହଞ୍ଚି ‘ଚେକ୍ ଇନ୍’ ବା ‘ଅଫିସ୍ ଇନ୍’ କରିପାରିବେ। କର୍ମଚାରୀ ମାନେ ସେମାନଙ୍କ ଯିବା ଆସିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅଫିସରୁ ବାହାରିବା ସମୟ ସୂଚିତ ନଥିଲେ ଅନୁପସ୍ଥିତ ଧରାଯିବ କୁହାଯାଇଛି।