School closed​: ରାଜ୍ୟରେ ବନ୍ୟାସ୍ଥିତି (Odisha Flood) ଉପୁଜିଛି । ଫଳରେ ଜଳବନ୍ଦୀ ହୋଇପଡିଛି ଏକାଧିକ ଗାଁ । ବନ୍ୟାର ଆଁରେ ରାଜ୍ୟର ଏକାଧିକ ଗାଁ । କଟକ,  ଯାଜପୁର, ଭ୍ରଦକ, ଜଗତସିଂହପୁର, ବୌଦ୍ଧ, ନୟାଗଡ, କେନ୍ଦ୍ରାପଡା ଓ ସୋନପୁରରେ ଅଧିକ ପ୍ରଭାବିତ ହୋଇଛନ୍ତି ଲୋକେ।  ବାଦଲ ଫଟା ବର୍ଷା ଯୋଗୁଁ ରାଜ୍ୟରେ ଏଭଳି ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଭଦ୍ରକରେ ବନ୍ୟାସ୍ଥିତି ସଙ୍ଗୀନ ରହିଛି । ବୈତରଣୀ ବନ୍ୟାସ୍ଥିତି ଗମ୍ଭୀର ରହିଛି । ଧାମନଗରର ୨୨ଟି ଓ ଚାନ୍ଦବାଲିରେ ୪ ପଞ୍ଚାୟତ ବନ୍ଯା ଘେରରେ ରହିଛି। ଫଳରେ ଆଜି ଭଦ୍ରକର ୪ଟି ବ୍ଲକରେ ଥିବା ସମସ୍ତ ସ୍କୁଲକୁ ଆଜି ଛୁଟି ଘୋଷଣା (School closed) କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକ୍‌ରେ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

Also Read: Odisha Flood Update: ଡରାଉଛି ମହାନଦୀ, ମୁଣ୍ଡଳୀରେ ଏତିକି ଫୁଟ ଉପରେ ରହିଛି ଜଳସ୍ତର; ଜଗତସିଂହପୁରରେ ୨୦ ଫୁଟର ଘାଇ


Also Read: Priyanka Chopra: ଭାଇରାଲ ହେଉଛି ପ୍ରିୟଙ୍କାଙ୍କ ହନିମୁନ ଫଟୋ, ବେଶ କ୍ୟୁଟ ଲାଗୁଛନ୍ତି ନିକଙ୍କ ଝିଅ


Also Read: Horoscope Today Aug 4 2023: ଧନପ୍ରାପ୍ତିର ଯୋଗ ସହ ଏହି ତିନି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?


ବୈତରଣୀନଦୀରେ ଆସିଥିବା ପ୍ରଥମ ବନ୍ୟାଜଳରେ ଗତ ୨ଦିନ ହେଲା ଭଦ୍ରକବାସୀଙ୍କୁ କଲବଲ କରୁଛି। ପାଖାପାଖି ୪୦ହଜାର ଲୋକ ଜଳବନ୍ଦୀ ହୋଇ ହୋଇ ରହିଛନ୍ତି । ୧୫ଟି ପଞ୍ଚାୟତ ବାହ୍ଯ ଜଗତରୁ ବିଛିନ୍ନ ହୋଇଯାଇଛି। ସୋହଡା, ପଧାନି, ଦୋବଲ, ଫଳପୁର, ନଦୀଗାଁ, ହସନାବାଦ, ଭଟସାହି, ଅର୍ଜୁନପୁର, ଧୁଷୁରୀ, ପଙ୍ଗଟା, ସାହାସପୁର, ସାଆଁଳପୁର ଆଦି ପଞ୍ଚାୟତର ଲୋକ ନାହିନଥିବା ଦୂର୍ଦଶା ଭୋଗୁଛନ୍ତି। ସେହିପରି ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ନାନ୍ଦପୁର , ସୁନ୍ଦରପୁର ୪ଟି ପଞ୍ଚାୟତ ଏବେ ବନ୍ଯା ଘେରରେ ରହିଛି । ବିଶେଷକରି ବିଷଧର ସାପ ବନ୍ଯାଜଳରେ ଭାସୁଥିବାରୁ ରାତି ହେଲେ ଭୟର ବାତାବରଣ ଦେଖା ଦେଇଛି । ଗତକାଲି ସକାଳୁ ଧାମନଗର ଅଞ୍ଚଳର ବନ୍ୟା ପାଣି ପ୍ରବେଶ କରିଥିବା ବେଳେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନିକ ଅଧିକାରୀଙ୍କ ସହ ଏନଡିଆରଫ, ଓଡ୍ରାଫ, ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ଯରେ ଲାଗି ରହିଛନ୍ତି। ଏହା ସହ ଆଖଣ୍ଡଳମଣି ଓ ଭଦ୍ରକ ମୁଖ୍ଯରାସ୍ତାର ୬ଟି ସ୍ଥାନରେ ୫ଫୁଟ ଉଚ୍ଚରେ ବନ୍ଯାଜଳ ପ୍ରବାହିତ ହେଉଛି। ଏହା ସହ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି। 


ଗତକାଲି ମଧ୍ୟ ରାଜ୍ୟର ୯ଟି ଜିଲ୍ଲାର (9 District Schools closed due to heavy) ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡିକୁ ଗୁଡିକୁ ଛୁଟି ଘୋଷଣା କରାଯାଇଥିଲା । ତେବେ ସେହି ଜିଲ୍ଲା ଗୁଡିକ ହେଲା, ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ଓ ବରଗଡ଼ ଜିଲ୍ଲାର ସ୍କୁଲ ଗୁଡିକ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।  ସେହିପରି ଲଗାଣ ବର୍ଷା ଯୋଗୁଁ ଗତକାଲି( ବୁଧବାର) ମଧ୍ୟ ୫ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା।  ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ  ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିଥିଲା।