Odisha News: ଆବଶ୍ୟକତାଠୁ ଅଧିକ ଜମି ଦେବେନି ସରକାର
Odisha News: ଅନେକ ଶିଳ୍ପାନୁଷ୍ଠାନର ଜମି ଅଣ ବ୍ୟବହାର ହୋଇ ପଡ଼ି ରହିବା ଏବଂ ଆବଶ୍ୟୟକ ଥିବା ଶିଳ୍ପାନୁଷ୍ଠାନମାନଙ୍କୁ ସହଜରେ ଜମି ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ସରକାର ଜମି ଆବଣ୍ଟନ କ୍ଷେତ୍ରରେ ନୂଆ ସତର୍କତା ଆପଣାଇବାକୁ ଯାଉଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ଏହିପରି ଅନେକ ଘଟଣା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି। ଏଥିରୁ ଉପରକୁ ଉଠି ସରକାର ଏଣିକି ଶିଳ୍ପାନୁଷ୍ଠାନ ମାନଙ୍କ ଜମି ଆବେଦନ ଉପରେ ତର୍ଜମା କରିବେ। ଆବଶ୍ୟକତାକୁ ଅନୁଧ୍ୟାନ ଓ ଯାଞ୍ଚ କରିବା ପାରେ ଜମି ଆବଣ୍ଟନ କରିବେ।
ଭୁବନେଶ୍ୱର: ଶିଳ୍ପ ତଥା ବ୍ୟବସାୟ ପ୍ରତିଷ୍ଠା ନାଁରେ ରାଜ୍ୟ ସରକାର ଆଉ ଅଧିକ ଜମି ପ୍ରଦାନ କରିବେ ନାହିଁ। ଏଣିକି ପ୍ରତିଟି ଆବେଦନକୁ ପୁଙ୍ଖାନୁ ପୁଙ୍ଖ ଯାଞ୍ଚ କରି ଜମି ପ୍ରଦାନ କରିବେ। ଏନେଇ ରାଜସ୍ୱ ବିଭାଗ ଅଧିକ ସତର୍କତାର ସହ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ଯାଉଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଅନେକ ଶିଳ୍ପାନୁଷ୍ଠାନର ଜମି ଅଣ ବ୍ୟବହାର ହୋଇ ପଡ଼ି ରହିବା ଏବଂ ଆବଶ୍ୟୟକ ଥିବା ଶିଳ୍ପାନୁଷ୍ଠାନମାନଙ୍କୁ ସହଜରେ ଜମି ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ସରକାର ଜମି ଆବଣ୍ଟନ କ୍ଷେତ୍ରରେ ନୂଆ ସତର୍କତା ଆପଣାଇବାକୁ ଯାଉଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ଏହିପରି ଅନେକ ଘଟଣା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି। ଏଥିରୁ ଉପରକୁ ଉଠି ସରକାର ଏଣିକି ଶିଳ୍ପାନୁଷ୍ଠାନ ମାନଙ୍କ ଜମି ଆବେଦନ ଉପରେ ତର୍ଜମା କରିବେ। ଆବଶ୍ୟକତାକୁ ଅନୁଧ୍ୟାନ ଓ ଯାଞ୍ଚ କରିବା ପାରେ ଜମି ଆବଣ୍ଟନ କରିବେ।
ଏହି ପଦକ୍ଷେପ ଦ୍ୱାରା ଯେତିକି ଜମି ଆବା୍ୟକ ସେତିକି ଜମି କାରଖାନା ପାଖରେ ରହିବ। ବାକି ଜମି ସରକାରଙ୍କ ପାଖରେ ରହିବ। ମୁଖ୍ୟତଃ ସରକାର ବିଭିନ୍ନ ସରକାରୀ ପ୍ରକଳ୍ପ ରାସ୍ତା, ବନ୍ଧ, କଳକାରଖାନା, ଶିକ୍ଷାନୁଷ୍ଠାନ ପ୍ରଭୃତି ଲାଗି ଲୋକଙ୍କଠାରୁ ଜମି ଅଧିଗ୍ରହଣ କରିଥାଆନ୍ତି। କିନ୍ତୁ ବେଦାନ୍ତ ମାମଲାରେ ହାଇକୋର୍ଟଙ୍କ ରାୟରୁ ସ୍ପଷ୍ଟ ହେଉଛି ଯେ ପୂର୍ବତନ ସରକାର ବେଦାନ୍ତକୁ ଆବା୍ୟକତାଠାରୁ ଅଧିକ ଜମି ଯୋଗାଇଦେବା ଲାଗି ପ୍ରୟାସ କରିଥିଲା। ଏପରିକି ଏହି ପ୍ରକଳ୍ପ ମଧ୍ୟ ସଫଳ ହୋଇପାରି ନଥିଲା। ବିଭିନ୍ନ ସମୟରେ ଅଧିକ ଜମି ଅଧିଗ୍ରହଣ କରି କମ୍ପାନୀ ନିଜର ଶୁପ୍ତ ଉଦ୍ଦେଶ୍ୟକୁ ପୂରଣ କରିଥାଏ। ସରକାରଙ୍କ କଠୋର ପ୍ରୟାସ ହେଲେ ତାହା ଦୂର ହୋଇପାରିବ ବୋଲି ଆଶା କରାଯାଇଛି।