DA Hike: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏତିକି ପ୍ରତିଶତ ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର
DA Hike: ଦଶହରା ପୂର୍ବରୁ (Odisha govt) ରାଜ୍ୟ ସରକାର ଦେଲେ ସରକାରୀ କର୍ମଚାରୀଙ୍କୁ ଭେଟି। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏଥିରେ ୪ ଲକ୍ଷ ୫୦ ହଜାର କର୍ମଚାରୀ ଏବଂ ୩ ଲକ୍ଷ ୫୦ ହଜାର ପେନସନ୍ ଭୋଗୀ ଉପକୃତ ହେବେ ।
DA Hike: ଦଶହରା ପୂର୍ବରୁ (Odisha govt) ରାଜ୍ୟ ସରକାର ଦେଲେ ସରକାରୀ କର୍ମଚାରୀଙ୍କୁ ଭେଟି। ୪ ପ୍ରତିଶତ ବଢିଲା ଡିଏ ମହଙ୍ଗା ଭତ୍ତା (DA Hike)। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଘୋଷଣା କରିଛନ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମହଙ୍ଗା ୪% (4 percent) ବୃଦ୍ଧି କରାଇବା ପରେ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏଥିରେ ୪ ଲକ୍ଷ ୫୦ ହଜାର କର୍ମଚାରୀ ଏବଂ ୩ ଲକ୍ଷ ୫୦ ହଜାର ପେନସନ୍ ଭୋଗୀ ଉପକୃତ ହେବେ । ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଥିଲେ।
Also Read: Odisha News: ଏ-ମାସରେ ଏତିକି ଦିନ ଛୁଟି ରହିବ ହାଇକୋର୍ଟ
ତେବେ, ଗତ ଦୁଇ ଦିନ ତଳେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ (Central Government Employees DA Hike) ର ୪ ପ୍ରତିଶତ ବୃଦ୍ଧିକୁ ନରେନ୍ଦ୍ର ମୋଦୀ କ୍ୟାବିନେଟ ଅନୁମୋଦନ କରିଛି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଚାରି ପ୍ରତିଶତ ବୃଦ୍ଧି ପାଇଛି। ଏହା ମୋଦୀ ସରକାରଙ୍କ କର୍ମଚାରୀମାନଙ୍କୁ ଏକ ବଡ ଉପହାର ଭାବରେ ବିବେଚନା କରାଯାଉଛି। ଭତ୍ତା ବୃଦ୍ଧି ପରେ କର୍ମଚାରୀଙ୍କ ଡିଏ ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି। ପୂର୍ବରୁ ଆଶା କରାଯାଉଥିଲା ଯେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ କିନ୍ତୁ ବର୍ତ୍ତମାନ ମୋଦୀ କ୍ୟାବିନେଟ୍ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି। ଆଜି ଏହାର ଆନୁଷ୍ଠାନିକ ଘୋଷଣା ମଧ୍ୟ କରାଯାଇପାରେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦେଶର ପ୍ରାୟ 1 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଉପକୃତ କରିବ। ଏହାକୁ ସରକାରଙ୍କ ଦିୱାଲୀ ଉପହାର ଭାବରେ ଦେଖାଯାଉଛି।