Old Pension Scheme Latest News: ଅକ୍ଟୋବର ୧ ତାରିଖରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ରାମଳୀଳା ମଇଦାନ ଠାରେ ନୂତନ ପେନସନ୍ ଭୁକ୍ତ କର୍ମଚାରୀଙ୍କ ମହାସମାବେଶ ହେବାକୁ ଯାଉଛି। ଯେଉଁଥିରେ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଯୋଗଦେବେ। ଦିଲ୍ଲୀ ଠାରେ ଆୟୋଜିତ ହେଉଥିବା ଏହି ମହା ସମାବେଶରେ ରାଜ୍ୟର ବିଭିନ୍ନ ସଙ୍ଗଠନର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ ଯୋଗ ଦେବେ। ଦେଶରେ ବିଭିନ୍ନ ରାଜ୍ୟ ନିଜ କର୍ମଚାରୀଙ୍କ ଲାଗି ନୂତନ ପେନସନ୍ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

କିଛି ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଠାରେ ପୁରୁଣା ପେନସନ ଯୋଜନା ଲାଗୁ କରିଛନ୍ତି। ଦେଶର ଅନ୍ୟ କିଛି ରାଜ୍ୟର ସରକାର ମଧ୍ୟ ତାଙ୍କ ରାଜ୍ୟରେ ଏହାକୁ ଲାଗୁ କରିବା ପାଇଁ ମୌଖିକ ଘୋଷାଣ କରିଛନ୍ତି। ଗତ ୨୦୦୪ ମସିହାରୁ ଉଭୟ କେନ୍ଦ୍ର-ରାଜ୍ଯ ସରକାର ପୁରୁଣା ପେନସନ୍ ଯୋଜନା ଉଛେଦ କରି ନୂତନ ପେନସନ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଦିଗରେ ଉଦାସୀନ ମନୋଭାବ ପୋଷଣ କରି ଆସୁଛନ୍ତି। ଆସନ୍ତା ନଭେମ୍ବର ମାସରେ କିଛି ରାଜ୍ଯରେ ନିର୍ବାଚନ ରହିଥିବାରୁ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିପାରନ୍ତି।


ନୂତନ ପେନସନ ଯୋଜନାକୁ ବିରୋଧ କରି ଦେଶର ସବୁ କର୍ମଚାରୀ ଦିଲ୍ଲୀ ସ୍ଥିତ ରାମଳୀଳା ମଇଦାନ ଠାରେ ରଣହୁଙ୍କାର କରିବେ। ବିଶେଷ ସୂତ୍ରରୁ ଜଣାପଡିଛି ଯେ ଓଡ଼ିଶା ସରକାର ମଧ୍ୟ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ ଦିଗରେ ମାନସମନ୍ଥନ କରୁଛନ୍ତି। ଆସନ୍ତା ଦିନରେ ରାଜ୍ୟ ସରକାର ପୁରୁଣା ପେନସନ୍ ଲାଗୁ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।


ଏହି ମହାସମାବେଶରେ NMOPS ଓଡିଶା ଶାଖା ରାଜ୍ୟ ସଭାପତି ବିଜୟ ମଲ୍ଲ, ସମ୍ପାଦକ ପ୍ରଯତ୍ନ ବରାଳ ଏବଂ ଅନ୍ୟ ନେତୃମଣ୍ଡଳୀ ଦିଲ୍ଲୀ ଠାରେ ଉପସ୍ଥିତ ରହି ଏହି ସମାବେଶରେ ରାଜ୍ୟର ଭାଗିଦାରିତାକୁ ସଞ୍ଚାଳନ କରିବେ। ସେମାନଙ୍କ ସହ ବଙ୍କିମ ସାଗର, କ୍ଷିତିଶ ପଣ୍ଡା, ପ୍ରଶାନ୍ତ ରାଉତରାୟ, ପ୍ରିୟବ୍ରତ ନାୟକ, ଜୀବନ ମହାନ୍ତି, ଶଶିକାନ୍ତ ସାହୁ, ଅଶୋକ ଦତ୍ତଙ୍କ ସହ ଅନ୍ୟମାନେ ଏହି ସମାବେଶରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାତ୍ରା କରୁଛନ୍ତି।