Hardcore Criminal Arrested by Puri Police: ପୁରୀ ପୋଲିସ ନିଦ ହଜେଇ ଦେଇଥିବା ଲୁଟେରା ପାଟୁ ଓରଫ ଶାହାଜାହାନ ଖାନ ଶେଷରେ ଧରାପଡଡ଼ିଛି। ତାକୁ ପୁରୀ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି। ତାହାର ସହଯୋଗୀ ଆନନ୍ଦ ବିଶୋୟୀକୁ ମଧ୍ଯ ପୋଲିସ୍ ଗିରଫ କରିଛି। ପୁରୀ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ଏକଥା କହିଛନ୍ତି ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର। ଗିରଫ ଅଭିଯୁକ୍ତଙ୍କ ଠାରୁ ୨ ସୁନା ଚେନ୍, ଗୋଟିଏ ବାଇକ୍ ଏବଂ ଗୋଟିଏ ଛୁରୀ ଜବତ କରିଛି ପୋଲିସ୍। ଗିରଫ କରି ଲୁଟେରା ପାଟୁକୁ ଜେରା କରୁଛି ପୋଲିସ। 


COMMERCIAL BREAK
SCROLL TO CONTINUE READING

ଗିରଫ ହୋଇଥିବା ଲୁଟେରା ପାଟୁ ଜଣେ ଆନ୍ତଃ ଜିଲା ଅପରାଧି। ଯିଏ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭୁବନେଶ୍ଵର, କଟକ ଠାରେ ଚୋରି, ଡକାୟତି, ଛିନତାଇ କରିଥାଏ। ପାଟୁ ନାମରେ ତିରିଶରୁ (୩୦) ଅଧିକ ମାମଲା ରହିଛି। ବିଗତ କିଛିଦିନ ହେବ ସାକ୍ଷୀଗୋପାଳ ଏବଂ ପୁରୀ ଅଞ୍ଚଳରେ ଛିନତାଇ ବଢ଼ିଥିବା ବେଳେ ଏହି ଘଟଣା ପୋଲିସ୍ ଲାଗି ମୁଣ୍ଡ ବ୍ୟଥାର କାରଣ ସାଜିଥିଲା। ସିସିଟିଭି ଯାଞ୍ଚ ପରେ ପୋଲିସ ଏକ ସନ୍ଧିଗ୍ଧ ବାଇକ୍  ଠାବ କରି ନମ୍ୱର୍ ହାସଲ କରିବା ଏହାର ଯାଞ୍ଜ କରିଥିଲା। ଏହି ବାଇକ୍ ପାଟୁ ଓରଫ ଶାହାଜାହାନ ଖାଁ ବ୍ୟବହାର କରିଥିବାର ପୋଲିସ୍ ଜାଣିବାକୁ ପାଇଥିଲା। 



ପରେ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ପୋଲିସ୍ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ ହୋଇ ଶାହାଜାହାନ ଖାନର ଗତିବିଧି ଉପରେ ନଜର ରଖାଯାଇଥିଲା। ଖବର ମିଳିବା ପରେ ଚଢାଉ କରାଯାଇ ପାଟୁ ଏବଂ ତାହାର ସହଯୋଗୀ ଆନନ୍ଦକୁ ପୋଲିସ୍ ଧରିଥିଲା। ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ହୋଇଥିବା ଶାହାଜାହାନ ଖାଁ ପୁରୀ ଗୋପ ବଜାର ମୁସଲିମ ବସ୍ତିର ବାସିନ୍ଦା ଏବଂ ତାହାର ସହଯୋଗୀ ଆନନ୍ଦ କୁମାର ବିଷୋୟୀ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ବେଣକୁଦା ଗ୍ରାମର ବୋଲି ଜଣାପଡ଼ିଛି। 


ସେପଟେ ଜିଲ୍ଲାରେ ଆଣ୍ଟି କ୍ରାଇମ୍ ଅଭିଯାନକୁ କଡ଼ାକଡ଼ି କରିଛି ପୁରୀ ପୋଲିସ। କାରାଗାରରେ ରହିଥିବା ଭେଟରାନ ଅପରାଧି ନିଲୁ ବରାଳକୁ ପୁଣି ଜାତୀୟ ନିରାପତ୍ତା ଆଇନ ବଳରେ ବୁକ୍ କରିଛି ପୋଲିସ। ନିଲୁ ବରାଳ ଏକ ବୋମାମାଡ଼ ଘଟଣାରେ କାରାଗାରରେ ରହିଥିବା ବେଳେ ସେ ଜାମିନରେ ଆସିବାର ସମ୍ଭାବନା ରହିଛି। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଜାତୀୟ ନିରାପତ୍ତା ଆଇନ ବଳରେ ନିଲୁ ବରାଳକୁ ପୋଲିସ୍ ବୁକ୍ କରି ପୁଣି ଥେ ଜେଲ୍ ପଠାଇଛି। ସେ ଚନ୍ଦନପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେ ପୁରୀ ସଦର ଅଞ୍ଚଳରେ ଦାଦବଟି ଆଦାୟ କରିବା ସହ ଅନେକ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବାର ଜଣାପଡ଼ିଛି।